ଦିଲ୍ଲୀରେ କମିଲା ଡିଜେଲ ଦର : ଲିଟର ପିଛା ୮ଟା ୩୬ ପଇସା ହ୍ରାସ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା; ଭାଟ ହ୍ରାସ ପରେ କମିଲା ଦର
କନକ ବୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ଡିଜେଲ ଦରରେ ବଡ଼ ଧରଣର ହ୍ରାସ ହୋଇଛି । ଲିଟର ପିଛା ୮ଟା ୩୬ ପଇସା ହ୍ରାସ କରାଯାଇଛି । ଭାଟ ହ୍ରାସ ପରେ ଡିଜେଲ ଦର କମିଛି । ଭାଟହ୍ରାସ ପରେ ୩୦ ପ୍ରତିଶତରୁ ଖସି ୧୬ ଦଶମିକ ୭୫ ପ୍ରତିଶତ ହେଲା । କରୋନା ସମୟରେ ଡିଜେଲ ଓ ପେଟ୍ରୋଲର ଦର ହୁହୁ ହୋଇ ବଢିଚାଲିଥିବା ବେଳେ ବଡ଼ ଧରଣର ହ୍ରାସ କରିଛନ୍ତି କେଜ୍ରିିୱାଲ । କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ଏବେ ଡିଜେଲ ଲିଟର ପିଛା ୮୨ ଟଙ୍କାରେ ମିଳୁଛି । ଏବେ ଲିଟର ପିଛା ୭୩ ଟଙ୍କା ୬୪ ପଇସାରେ ମିଳିବ ।
ଏହା ସହିତ ବର୍ତ୍ତମାନ ଡିଜେଲର ମୂଲ୍ୟ ୮ ଟଙ୍କା ହ୍ରାସ ପାଇବ। ୮ଟଙ୍କା ୩୬ ପଇସା ହ୍ରାସ ହେବା ପରେ ଏବେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୩.୬୪ ଟଙ୍କାରେ ବିକ୍ରି ହେବ। ରାଜ୍ୟର ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବର୍ତ୍ତମାନ ଲୋକମାନେ ଦିଲ୍ଲୀରେ କାମ କରିବାକୁ ଫେରୁଛନ୍ତି, ପରିବେଶରେ ଉନ୍ନତି ଆସୁଛି ଏବଂ କରୋନା ମାମଲା ମଧ୍ୟ ହ୍ରାସ ପାଉଛି। ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
Comments are closed.