କନକ ବ୍ୟୁରୋ: ରାଜଧାନୀରୁ ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୭୦୮ କରୋନା ପଜିଟିଭ୍ । ଯେଉଁ ଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୭୦୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୫୧, ସ୍ଥାନୀୟ ସଂକ୍ରମିତ ୫୫୭ । ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି । @bmcbbsrpic.twitter.com/RkKqIxpn2l
— Kanak News (@kanak_news) April 26, 2021
ବିଏମସିର ରିପୋର୍ଟ ମୁତାବକ, ଆଜି ଚନ୍ଦ୍ରଶେଖରପୁର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଝାରପଡା, ଡୁମୁଡୁମା, ମଂଚେଶ୍ୱର, ଜାଗମରା ଆଦି ଅଂଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ଖଣ୍ଡଗିରି, ଜୟଦେବ ବିହାର, ଆଚାର୍ଯ୍ୟ ବିହାରରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜଧାନୀରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଥିବାବେଳେ ମୋଟ ପଜିଟିଭ୍ ସଂଖ୍ୟା ୪୦ ହଜାର ଟପିଛି । ତେବେ ଆଶ୍ୱସ୍ତିକର ବିଷୟ ହେଲା ରାଜଧାନୀର ଆଉ ୩୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/covid-1.jpg)