କନକ ବ୍ୟୁରୋ: ଚିନ୍ତା ବଢାଉଛି କରୋନା । ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଆଉ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ସଂକ୍ରମଣ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର । ଏପରିକି କହିଛନ୍ତି କୋଭିଡ ଟେଷ୍ଟିଂ ବଢ଼ିଛି । ୬୯୦ ଟେଷ୍ଟିଂ କରାଯାଇଥିଲା । ସେଥିରୁ ୩୭୮ ଆରଟିପିସିଆର ଟେଷ୍ଟ । ସେଥିରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତଙ୍କ ନମୂନାକୁ ଜିନୋମ ସ୍ୱିକେନ୍ସିଂ ପାଇଁ ପଠାଯାଉଛି । ରାଜ୍ୟରେ କୋଭିଡ ସଂକ୍ରମଣର ସ୍ଥିତି ଆଦୌ ଉଦବେଗଜନକ ନୁହେଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Advertisment

କୋଭିଡ କଟକଣା ନେଇ ସାରା ରାଜ୍ୟ ପାଇଁ କୌଣସି ଗାଇଡଲାଇନ ହୋଇ ନାହିଁ । ସତର୍କ ଓ ସଚେତନ ରହିଲେ କରୋନାକୁ ଦୂରେଇ ଦେଇହେବ ବୋଲି ବିଶେଷଜ୍ଞ କହିଛନ୍ତି । ସତର୍କ ରହିବା ସହ କରୋନାର ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରି ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି । ସେପଟେ ଦେଶରେ ମଧ୍ୟ ବଢ଼ିବାରେ ଲାଗିଛି ସଂକ୍ରମଣ । ଗତ ୨୪ ଘଂଟାରେ ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବଶେଷ କରି କେରଳରେ ସ୍ଥିତି ସଙ୍ଗୀନ ରହିଛି ।