ସାମାନ୍ୟ ଆଶ୍ୱସ୍ତି ଆଣିଦେଲା ୨୪ ଘଣ୍ଟାର ସଂକ୍ରମଣ । ୭୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁ ହାର

330

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ୭ହଜାର ୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୩ ହଜାର ୯୨୧ ଜଣ ଥିବା ବେଳେ ସ୍ଥାନୀୟ ଅଂଚଳରୁ ୩ ହଜାର ୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଂଟାରେ ୪୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୧୧ଶହ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ସଂକ୍ରମଣ ହାତ କମିବା ରାଜ୍ୟବାସୀଙ୍କ ପାଇଁ ଟିକେ ଆଶ୍ୱସ୍ତି ଆଣିଥିଲେ ବି ଚିନ୍ତା ବଢାଉଛି କରୋନାଜନିତ ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ୪୨ଜଣଙ୍କ ମୃତ୍ୟୁ ଏକପ୍ରକାର ଚିନ୍ତା ବଢାଇ ଦେଇଛି । ରଜ ପରେ ରାଜ୍ୟରେ କରୋନା କଟକଣା ହଟାଯିବା ନେଇ ଚର୍ଚ୍ଚା ହେଉଛି, କିନ୍ତୁ ଜଦି ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ସେହି ମାତ୍ରାରେ ନିୟନ୍ତ୍ରଣକୁ ନଆସେ ତାହେଲେ ତାଲାବନ୍ଦ କଟକଣାକୁ ଆହୁରି ବଢିବାର ଆଶଂକାକୁ ବୃଦ୍ଧି କରିଦେଇ ପାରେ ।