ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଆଉ ଏଥିପାଇଁ ଘରେ ବସିଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ। ଯେଉଁ ପଦପାଇଁ ଯେଉଁ ସମୟରେ ସରକାରୀ ଚାକିରୀ ବାହାରୁଛି, ସେଥିରେ ଆବେଦନ କରୁଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ । ୪୦ ଟି ପଦ ବାହାରିଲେ ଆବେଦନ କରୁଛନ୍ତି ୪ ଲକ୍ଷ ଛାତ୍ରଛାତ୍ରୀ। ଏମିତି ଏକ ଘଟଣା ଘଟିଛି ତାମିଲନାଡୁରେ । ତାମିଲନାଡୁର କୋଏମ୍ବାଟୁର ନଗର ନିଗମରେ ଗ୍ରେଡ-୧ ସଫେଇ କର୍ମଚାରୀ ପାଇଁ ପଦବୀ ବାହାରିଥିଲା ଆଉ ଏଥିପାଇଁ ୭୦୦୦ ଆବେଦନ କରିଥିଲେ। ଏହି ସଫେଇ କର୍ମଚାରୀଙ୍କ ଭର୍ତ୍ତି ପାଇଁ ୩ ଦିନ ସାକ୍ଷାତକାର ପରୀକ୍ଷା କରାଯିବ । ବୁଧବାରଠାରୁ ଏହି ସାକ୍ଷାରକାର ଆରମ୍ଭ ହେବ। ଆବେଦନପତ୍ର ଯାଞ୍ଚରୁ ଜଣାପଡିଛି ଯେ ଏହି ସଫେଇ କର୍ମଚାରୀଙ୍କ ପାଇଁ ବାହାରିଥିବା ପଦରେ ଆବେଦନକାରୀଙ୍କ ମଧ୍ୟରୁ ୭୦ ପ୍ରତିଶତ ଆବେଦନକାରୀ ଏସଏସଏଲସି ( ଦଶମ ) ଅର୍ଥାତ ଚାକିରି ପାଇଁ ଯେଉଁ ଯୋଗ୍ୟତା ଆବଶ୍ୟକ ତାହା ପୂରଣ କରୁଛନ୍ତି ।

Advertisment

publive-image

ଏହି ପଦପାଇଁ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ ଅଧିକାଶଂ ଇଞ୍ଜିନିଅର, ପୋଷ୍ଟ-ଗ୍ରାଜୁଏଟ୍, ଗ୍ରାଜୁଏଟ୍ ଏବଂ ଡିପ୍ଲୋମାଧାରୀ ଅଛନ୍ତି। ଏହି ଆବେଦନକାରୀଙ୍କ ମଧ୍ୟରୁ କେତେ ଜଣ ପୂର୍ବରୁ ବେସରକାରୀ ସ୍ଥରରେ ଚାକିରି କରୁଥିଲେ ମଧ୍ୟ ସରକାରୀ ଚାକିରୀ ପାଇଁ ଆବେଦନ କରିଛନ୍ତି । ସଫେଇ କର୍ମଚାରୀ ପଦର ପ୍ରାରମ୍ଭିକ ଦରମା ୧୫,୭୦୦ ରହିଛି। ଏହି ସଫେଇ କର୍ମଚାରୀ ଚାକିରୀ ପାଇଁ ଆବେଦନ ତାଲିକାରେ ଗ୍ରାଜୁଏଟଙ୍କ ସଂଖ୍ୟା ବଢିବାର ମୁଖ୍ୟକାରଣ ସେମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି ମିଳୁନାହିଁ। ଯେଉଁଥିପାଇଁ ସେମାନେ ବେସରକାରୀ ସଂସ୍ଥାରେ ମାତ୍ର ୬୦୦୦ ରୁ ୭୦୦୦ ଟଙ୍କାରେ କାମ କରୁଛନ୍ତି। ବର୍ତ୍ତମାନ ସମୟରେ ଏତେ କମ୍ ଦରମାରେ ପରିବାର ଚଳାଇବା ମୁସ୍କିଲ ହୋଇପଡୁଛି। ସେଥିରେ ପୁଣି ବଜାର ଦର ଆକାଶ ଛୁଆଁ । ବେସରକାରୀ ଚାକିରୀରେ ସେମାନଙ୍କୁ ୧୨ ଘଣ୍ଟା କାମ କରିବାକୁ ପଡୁଥିବା ବେଳେ ଏହି ଚାକିରୀରେ ସ୍ଥାୟିତ୍ବ ରହୁନାହିଁ। କିନ୍ତୁ ଏହି ସଫେଇ କର୍ମଚାରୀ ଚାକିରୀରେ ସକାଳେ ମାତ୍ର ୩ ଘଣ୍ଟା ଏବଂ ସଂଧ୍ୟାରେ ମାତ୍ର ୩ ଘଣ୍ଟାରେ ପାଖାପାଖି ୨୦ ହଜାର ଟଙ୍କା ଦରମା ମିଳିବ।