କନକ ବ୍ୟୁରୋ : ଚୀନରେ ଭୟାନକ ରୂପ ନେଉଛି କରୋନା ଭୂତାଣୁ । କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୭୦୦ ଡେଇଁଲାଣି । ପ୍ରତିଦିନ ହଜାରେରୁ ଅଧିକ ଲୋକ କରୋନା ଭୂତାଣୁରେ ଆକ୍ରାନ୍ତ ହେଉଛନ୍ତି । କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଥିବା ଜଣାପଡିଛି । କରୋନ ସ୍ଥିତିର ମୁକାବିଲା ପାଇଁ ଉହାନରେ ୧୦ଦିନରେ ପ୍ରଥମ ଡାକ୍ତରଖାନା ନିର୍ମାଣ ହୋଇଥିଲା । ଏହାସହ ଆଉ ୮ଟି ହସ୍ପିଟାଲ ନିର୍ମାଣ ହେବାର ଯୋଜନା କରାଯାଇଛି ।
ସେପଟେ କରୋନା ଭୂତାଣୁକୁ ପ୍ରଥମେ ଚିହ୍ନଟ କରିଥିବା ଚୀନ୍ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଲି ପ୍ରଥମେ ଡିସେମ୍ବର ୩୦ରେ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଇଥିଲେ । ସ୍ଥାନୀୟ ଅଚଳର ୭ ଜଣ ରୋଗୀ ତାଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ଆଉ ଏହାର ପରୀକ୍ଷା କରି ସେ କରୋନା ଭୂତାଣୁକୁ ଚିହ୍ନଟ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/CORONA-4.jpg)