ଭୋକିଲା ଲୋକକୁ ଆହାର ଯୋଗାଇବାରେ ଭିନ୍ନ ଏକ ଆନନ୍ଦ ମିଳିଥାଏ। ଭୋକିଲା ପେଟକୁ ଦାନା ଯୋଗାଇବାକୁ ଦୁନିଆର ସବୁଠାରୁ ମହତ୍ କାମ କୁହାଯାଏ । ଖାଦ୍ୟ ଖାଇବାକୁ ତ ସମସ୍ତେ ଭଲ ପାଆନ୍ତି । ହେଲେ କେହି କେହି ଖାଦ୍ୟ ପ୍ରସ୍ତୁତ କରି ଅନ୍ୟକୁ ଖୁଆଇବାରେ ହିଁ ଆତ୍ମସନ୍ତୋଷ ପାଇଥାନ୍ତି । ଏପରି ମହତ୍ କାମକୁ ଜଣେ ଲୋକ ଦୀର୍ଘ ୩୬ ବର୍ଷ ଧରି କରିଆସୁଛନ୍ତି । ତାମିଲନାଡୁର ସୀତାରାମ ଦାସ ବାବା ନାମକ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ ୫୦୦ ରୁ ଅଧିକ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଉଛନ୍ତି ।

Advertisment

publive-image

ରାମେଶ୍ୱରମଠାରେ ତାଙ୍କର ବଜରଙ୍ଗ ଦାସ ନାମକ ଏକ ଆଶ୍ରମ ରହିଛି। ଏହି ଆଶ୍ରମକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୀତାରାମ ବାବା ମାଗଣାରେ ଖାଇବା ଯୋଗାଇଥାନ୍ତି। ତାଙ୍କ ଆଶ୍ରମରେ ଉଭୟ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ଖାଇବା ମିଳିଥାଏ । ଏହି ଆଶ୍ରମକୁ ଆସିବାକୁ ଜାତି, ବର୍ଣ୍ଣ ଭିତ୍ତିରେ କୌଣସି ବାଛବିଚାର କରାଯାଇନଥାଏ । ସମସ୍ତେ ଏହି ଆଶ୍ରମକୁ ଆସି ସୀତାରାମ ବାବାଙ୍କଠାରୁ ଖାଦ୍ୟ ଖାଇପାରିବେ । ଲୋକଙ୍କଠାରୁ ପାଉଥିବା ଦାନରେ ସେ ଏହି ସେବା କରିଆସୁଛନ୍ତି ବୋଲି କୁହନ୍ତି। ଖାଇବା ପ୍ରସ୍ତୁତ କରିବା ପାଇଁ ସୀତାରାମ ବାବା ତାଙ୍କ ପାଖରେ ୧୦ ଜଣ ଲୋକ ରଖିଛନ୍ତି। ଏମାନେ ସମସ୍ତେ ସକାଳ ୫ଟାରୁ ଉଠି ଲୋକଙ୍କ ପାଇଁ ରୋଷେଇ କରିଥାନ୍ତି। ସୀତାରାମ ବାବାଙ୍କ ଆଶ୍ରମରେ ଦିନ ୧୧.୩୦ ଟାରୁ ୨ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ଖାଇବା ଦିଆଯାଇଥାଏ।publive-image