ପି.ଭି ସିନ୍ଧୁଙ୍କ ପ୍ରେମରେ ୭୦ ବର୍ଷୀୟ ବୃଦ୍ଧ ! ବିବାହ କରିବା ପାଇଁ ଆବେଦନ ନେଇ ପହଁଚିଲେ ତହସିଲ୍ କାର୍ଯ୍ୟାଳୟ , ବିବାହ ନକଲେ ଅପହରଣ କରିନେବାକୁ ଦେଲେ ଧମକ ।

428

ସେ ସିନେ ତାରକା ହୁଅନ୍ତୁ କି ଖେଳାଳୀ ପ୍ରଶଂସକଙ୍କ ମନ ଯାହା ପାଖେ ଅଟକିଲା ସେ ତା’ ପାଇଁ ପାଲଟିଯାଏ ପାଗଳ । ଆଉ ଏମିତି ଜଣେ ପାଗଳ ପ୍ରଶଂସକ ହେଉଛନ୍ତି ୭୦ ବର୍ଷୀୟ ଏହି ବୃଦ୍ଧବ୍ୟକ୍ତି । ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାରେ ରହୁଥିବା ଏହି ବୃଦ୍ଧ ଜଣକ କୌଣସି ଅଭିନେତ୍ରୀ ନୁହେଁ ପଡିଛନ୍ତି ଜଣେ ଖେଳାଳୀଙ୍କ ପ୍ରେମରେ । ବ୍ୟାଡମିଣ୍ଟନ୍ ଷ୍ଟାର ତଥା ବିଶ୍ୱ ଚ୍ୟାମ୍ପିୟନଶିପ୍ ରେ ସ୍ୱର୍ଣ୍ଣ ପଦକ ବିଜେତା ପି.ଭି ସିନ୍ଧୁଙ୍କ ପାଇଁ ପାଗଳ ଏହି ବ୍ୟକ୍ତି ।

କେବଳ ଏତିକି ନୁହେଁ ସେ ସିନ୍ଧୁଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଛନ୍ତି । ଯେଉଁଥିପାଇଁ ସେ ବିବାହର ଆବେଦନ ନେଇ ତହସିଲ୍ କାର୍ଯ୍ୟାଳୟକୁ ଯାଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କ ନାଁ ମଲାୟସାମୀ ବୋଲି ଜଣାପଡିଛି । ଏହି ବୃଦ୍ଧ ବ୍ୟକ୍ତି ସିନ୍ଧୁଙ୍କ ପ୍ରେମରେ ଏତେ ପାଗଳ ଯେ ତହସିଲ୍ ଅଫିସରେ ଧମକ ଦେଇ କହିଥିଲେ ଯଦି ପି.ଭି ସିନ୍ଧୁଙ୍କ ସହ ତାଙ୍କ ବିବାହକୁ ନେଇ ଭଲ ଆୟୋଜନ କରାନଯିବ ତେବେ ସେ ତାଙ୍କୁ ଅପହରଣ କରିନେବେ ।

 

ସୂଚନା ଅନୁସାରେ , ମଲାୟସାମୀ ତହସିଲ୍ ଅଫିସରେ ପହଁଚି ବ୍ୟାଡମିଣ୍ଟନ୍ ଷ୍ଟାର ପି.ଭି ସିନ୍ଧୁ ଏବଂ ତାଙ୍କର ଏକ ଫଟୋ ନେଇ ଏକ ଚିଠି ଦେଇଥିଲେ ଯେଉଁଥିରେ ସେ ସିନ୍ଧୁଙ୍କୁ ବିବାହ କରିବାକୁ ଇଚ୍ଛା ଜାହିର କରିଥିଲେ । ତେବେ ମଜେଦାର୍ କଥା ହେଉଛି ୭୦ ବର୍ଷୀୟ ଏହି ବୃଦ୍ଧ ଜଣକ ତହସିଲ୍ ଅଫିସରେ ନିଜକୁ ୧୬ ବର୍ଷର ବାଳକ କହିବା ସହ ତାଙ୍କ ଜନ୍ମ ୨୦୦୪ ଏପ୍ରିଲ୍ ୪ ତାରିଖରେ ହୋଇଥିବା କଥା କହିଥିଲେ । ତେବେ ତହସିଲ୍ ଅଫିସରେ ଭାଙ୍ଗିଗଲା ବୃଦ୍ଧଙ୍କ ସ୍ୱପ୍ନ । ତାଙ୍କ ଆବେଦନକୁ ନାମଞ୍ଜୁର କଲେ ତହସିଲଦାର୍ । ବୃଦ୍ଧଙ୍କ ମାନସିକ ଅବସ୍ଥା ଠିକ୍ ଅଛି କି ନାହିଁ ଏ ବିଷୟରେ ଜାଞ୍ଚ୍ କରିବାକୁ ଏବେ ସମୟ ଦିଆଯାଇଛି ।