ଏମିତି ବି ହୁଏ ପ୍ରେମ… ୭୦ ବର୍ଷର ପ୍ରେମିକାକୁ ୩୭ ବର୍ଷର ପ୍ରେମିକଙ୍କ ନିଆରା ପ୍ରେମ କାହାଣୀ । 

661

କନକ ବ୍ୟୁରୋ: ହୁଏତ କେବେ ଶୁଣିନଥିବେ ଏପରି ପ୍ରେମ କାହାଣୀ  । ଜନ୍ମର କିଛି ମାତ୍ର କିଛି ବର୍ଷ ପରେ ପ୍ରେମ ଆଉ ଟିକେ ହେତୁ ପାଇବା ବେଳକୁ ପ୍ରେମକୁ ପାଖରେ ପାଇବାର ଇଚ୍ଛା । ପାକିସ୍ତାନରୁ ସାମନାକୁ ଆସିଛି ଏଭଳି ଏକ ପ୍ରେମ କାହାଣୀ ଯାହାକୁ ସହଜେ ଗ୍ରହଣ କରିନହେଲେ ବି ଏହା ସତ ।

ପାକିସ୍ତାନର ବାସିନ୍ଦା ଇଫତିଖାର, ଯାହାଙ୍କ ବୟସ ୩୭ ବର୍ଷ । ୬ଟି ସନ୍ତାନଙ୍କ ବାପା । ହେଲେ ତାଙ୍କ ପ୍ରେମିକା କିଶ୍ୱର ବିବି, ଯାହାଙ୍କ ବୟସ ୭୦ରୁ ଅଧିକ । ଦୀର୍ଘ ୩୦ ବର୍ଷ ପରେ ଏମାନଙ୍କ ପ୍ରେମ ସଫଳ ହୋଇଛି । । ବିବାହ ବନ୍ଧନରେ ବାନ୍ଧି ହୋଇ ଦୁହେଁ ଦୁହିଁଙ୍କୁ ୭ ଜନମର ସାଥୀ କରିନେଇଛନ୍ତି । ଏବେ ଏମାନଙ୍କ ପ୍ରେମ କାହାଣୀ କେବଳ ପାକିସ୍ତାନରେ ନୁହେଁ ଦେଶ ବାହାରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଦୁହିଁଙ୍କ କହିବା ଅନୁସାରେ ଦୁହିଁଙ୍କ ଘର ଗୋଟିଏ ଗାଁରେ । ଯେଉଁ କଅଁଳ ବୟସରେ ପିଲାଏ ଖେଳକୁଦରେ ମାତିଥାନ୍ତି, ସେଇ ବୟସରେ ହିଁ  କିଶ୍ୱରୀଙ୍କୁ ମନ ଦେଇଦେଲେ ଇଫତିଖାର । ଆଉ କିଶୋର ବୟସରେ ପ୍ରେମକୁ ଯେପରି ଭଲଭାବେ ବୁଝିପାରିଥିଲେ ଇଫତିହାର । ଆଉ ଯେତେବେଳେ    ତାଙ୍କୁ ମାତ୍ର ୨୦ ବର୍ଷ ପ୍ରେମିକା କିଶ୍ୱରୀଙ୍କୁ ସେତେବେଳକୁ ୫୦ ।  ସେହି ସମୟରେ ଘରେ କିଶ୍ୱରୀଙ୍କୁ ବିବାହ କରିବାକୁ କହିଥିଲେ ଇଫତିଖାର । ହେଲେ ଘର ଲୋକ ରାଜି ହେଲେ ନାହିଁ । କିଛି ବର୍ଷ ପରେ ଇଫତିଖାରଙ୍କର ଅନ୍ୟ ଏକ ସ୍ଥାନରେ ବିବାହ କରାଇଥିଲେ । ଏପଟେ ଇଫତିଖାରଙ୍କ ଗଭୀର ପ୍ରେମରେ ପଡିସାରିଥିଲେ କିଶ୍ୱର ବିବି । ଇଫତିଖାର ସିନା ବିବାହ କଲେ ହେଲେ କିଶ୍ୱର ଅବିବାହିତ ରହିଲେ । ଜୀବନରେ ଇଫତିଖାରଙ୍କ ବ୍ୟତୀତ ଆଉ କାହାରିକୁ ବିବାହ କରିବେ ନାହିଁ ବୋଲି ଘର ଲୋକଙ୍କୁ ରୋକଠୋକ ଶୁଣାଇଥିଲେ ।

ଇଫତିଖାରଙ୍କ ପାଇଁ ବି ଜୀବନ ଦୁର୍ବିସହ ହୋଇପଡିଲା । ଅନ୍ୟତ୍ର ବିବାହ ସିନା କଲେ ସିନା କିଶ୍ୱରୀଙ୍କୁ ମନରୁ ଭୁଲାଇପାରିନଥିଲେ । ସ୍ତ୍ରୀ ଥାଇ ମଧ୍ୟ ଦୁହିଁଙ୍କର ଭେଟ ହେଉଥିଲା, ଦୁହେଁ ପାର୍କ ଯାଉଥିଲେ , ପରସ୍ପର ସମୟ ବିତାଉଥିଲେ ।  ଏକଥା ଜାଣପାରିଥିଲେ ଇଫତିଖାରଙ୍କ ସ୍ତ୍ରୀ । ଶାଶୁ, ଶ୍ୱଶୁରଙ୍କୁ କହିଥିଲେ । ଏତିକିରେ କଥା ସରିନଥିଲା  । ଦୁହଁଙ୍କ ବିବାହ କରାଇବାକୁ ଅନୁରୋଧ କରିଥିଲେ । ଅନେକ ଚେଷ୍ଟା ପରେ ତାଙ୍କ ଶାଶୁ , ଶ୍ୱଶୁର ଅର୍ଥାତ୍ ଇଫତିଖାରଙ୍କ ବାପା, ମା ରାଜି ହୋଇଥିଲେ । ସ୍ତ୍ରୀ ଓ ଘର ଲୋକଙ୍କ ସହମତିରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଇଫତିଖାର ଓ କିଶ୍ୱର ବିବି । ନିଜ ପିଲାଦିନର ପ୍ରେମକୁ ଆତ୍ମହରା ହୋଇଉଠିଛନ୍ତି ଇଫତିଖାର । କିଶ୍ୱର ବିବି ବି ନିଜ ପ୍ରେମକୁ ପାଖରେ ପାଇ ବେଶ୍ ଖୁସି ।

ପ୍ରେମ ପାଇଁ ଜାତି ,ଯୋଗ୍ୟତା,  ବୟସ କିଛି ମାନେ ରଖେନା । ପ୍ରେମ ବୁଝେନା କିଛି ସାମାଜିକ ପ୍ରତିବନ୍ଧକ, ସେ ଖାଲି ବୁଝେ ହୃଦୟ,ହୃଦୟର ନିବିଡତା । ଯାହାକୁ ପ୍ରମାଣିତ କରିଛନ୍ତି ପାକିସ୍ତାନର ଏହି ପ୍ରେମୀ ଯୁଗଳ ।