ଆସନ୍ତା ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ । ଆଜି ବିଧାୟକ ଦଳର ନେତା ଭାବେ କରାଯିବ ଚୟନ

Advertisment
ଆସନ୍ତାକାଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍ ନେତା ଅରବିନ୍ଦ କେଜରିୱାଲ । ମୁଖ୍ୟମନ୍ତ୍ରୀଙ୍କ ସହ ୬ ଜଣ ମନ୍ତ୍ରୀ ନେବେ ଶପଥ

କନକ ବ୍ୟୁରୋ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆସନ୍ତା ୧୬ରେ ସେ ଶପଥ ନେବେ । ଆଜି କେଜ୍ରିୱାଲଙ୍କୁ ବିଧାୟକ ଦଳର ନେତା ମନୋନୀତ କରାଯିବ । ଏହି ନିର୍ବାଚନରେ ଆମ ଆଦମୀ ପାର୍ଟି ୬୨ ଆସନ ହାସଲ କରିଛି । କେଜରିୱାଲଙ୍କ ଶପଥ ଗ୍ରହଣ ସମାରୋହ ଦିଲ୍ଲୀର ରାମଲୀଲା ମୈଦାନରେ ହେବ ।

ଏହି ଶପଥ ଗ୍ରହଣ ସମାରୋହରେ କେଜ୍ରିଓାଲଙ୍କ ସହିତ ଅନେକ ବିଧାୟକ ମଧ୍ୟ ମନ୍ତ୍ରୀପଦର ଶପଥ ନେଇପାରନ୍ତି । ୭୦ ବିଧାନସଭା ସିଟରୁ ଆମ ଆଦମୀ ପାର୍ଟିକୁ ୬୨ଟି ସିଟ ମଳିଥିବାବେଳେ ବିଜେପିକୁ ୮ଟି ମିଳିଛି । ଗତ ଥର ପରି ଏଥର ମଧ୍ୟ ଖାତା ଖୋଲିପାରିନାହିଁ କଂଗ୍ରେସ । ୨୦୧୫ ନିର୍ବାଚନରେ ଆପକୁ ୬୭ ଏବଂ ବିଜେପିକୁ ୩ଟି ଆସନ ମିଳିଥିଲା ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ୬୦ରୁ ଅଧିକ ଆସନରେ ବିଜୟଲାଭ କରିବା ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ନିର୍ବାଚନରେ ଆପ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜଣାଇଥିଲେ ଅଭିନନ୍ଦନ। ଏକ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେଜ୍ରିଓ୍ଵାଲଜୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ଆପଣଙ୍କୁ ଓ ଆପ୍‌କୁ ହାର୍ଦ୍ଦିକ ଅଭିନନ୍ଦନ। ଏବଂ ଦିଲ୍ଲୀ ବାସୀଙ୍କର ସବୁ ଆଶାକୁ ପୂରଣ କରିବା ଦିଗରେ ଆପଣ ଓ ଆପଣଙ୍କ ଦଳ ଆନ୍ତରିକତାର ସହ କାର୍ଯ୍ୟ କରିବ ବୋଲି ଆଶା ରଖୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe