କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ରୋକିବାକୁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଉଛି । ଆଜିଠୁ ଦେଶରେ ବୃହତ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଆଉ ପ୍ରଥମ ଦିନରେ ହିଁ ଟିକାକରଣରେ ରେକର୍ଡ କରିଛି ଭାରତ । ଆଜି ୭୦ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି ।
କେନ୍ଦ୍ର ସରକାର ଆଜିଠୁ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଉପଲବ୍ଧ କରାଉଛନ୍ତି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଏନେଇ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ ଯୋଗ ଦିବସରୁ ଟିକାକରଣକୁ ଜୋରଦାର କରାଯାଇଛି ।
କେନ୍ଦ୍ର ସରକାର ବର୍ତ୍ତମାନ ଟିକା କିଣି ରାଜ୍ୟ ସରକାରଙ୍କୁ ଦେବେ । ହେଲେ ପୂର୍ବରୁ ରାଜ୍ୟ ସରକାରଙ୍କୁ ଟିକା କିଣିବାକୁ କହିଥିଲେ କେନ୍ଦ୍ର ସରକାର । ହେଲେ ଏବେ ଟିକାକରଣକୁ ନିଜ ହାତକୁ ନେଇଛନ୍ତି । ଆଉ ଆଜିଠାରୁ ଏହା ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/frontline-worker-gets-vaccination-new-york-l.jpg)