କେରଳ ଭୂସ୍ଖଳନ, ୭୦ ମୃତ । ଦୁଇଦିନିଆ ଶୋକ ଘୋଷଣା କଲେ କେରଳ ସରକାର

Advertisment
କେରଳ ଭୂସ୍ଖଳନ, ୭୦ ମୃତ । ଦୁଇଦିନିଆ ଶୋକ ଘୋଷଣା କଲେ କେରଳ ସରକାର

କନକ ବ୍ୟୁରୋ : କେରଳରେ ଭୟଙ୍କର ଭୂସ୍ଖଳନ । ଏହି ବଡଧରଣର ଭୂସ୍ଖଳନରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥାବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଂକା କରାଯାଉଛି ।
କେରଳ ଭୂସ୍ଖଳନରେ ୭୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଏବେବି ମାଟିତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ମାଟିତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନା ଯବାନ୍, ଏନଡିଆରଏଫ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହୋଇଛନ୍ତି ।

ସେପଟେ ଏହି ଘଟଣାକୁ ନେଇ ଦୁଇ ଦିନ ପାଇଁ ଶୋକ ଘୋଷଣା କରାଯାଇଛି । ମୃତ ବ୍ୟକ୍ତିଙ୍କ ପାଇଁ ଦୁଇଦିନିଆ ଶୋକ ଘୋଷଣା କରିଛନ୍ତି କେରଳ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe