ପୁଣି ଜୟପୁରରୁ ଧରାପଡିଲା ବିପୁଳ ପରିମାଣର ଗଂଜେଇ: ଲମତାପୁଟ ଅଂଚଳରୁ ୩ ଗାଡିରୁ ଜବତ ଦେଲା ୭ କ୍ୱିଂଟାଲରୁ ଅଧିକ ଗଂଜା; ଗାଡି ଜବତ, ଗଂଜେଇ ମାଫିଆ ଫେରାର

Advertisment
ପୁଣି ଜୟପୁରରୁ ଧରାପଡିଲା ବିପୁଳ ପରିମାଣର ଗଂଜେଇ: ଲମତାପୁଟ ଅଂଚଳରୁ ୩ ଗାଡିରୁ ଜବତ ଦେଲା ୭ କ୍ୱିଂଟାଲରୁ ଅଧିକ ଗଂଜା; ଗାଡି ଜବତ, ଗଂଜେଇ ମାଫିଆ ଫେରାର

କନକ ବ୍ୟୁରୋ: ପୁଣି ଚୋରାଚାଲାଣ ବେଳେ ଧରାପଡିଲା ବିପୁଳ ପରିମାଣର ଗଂଜେଇ । ଜୟପୁର ଲମତାପୁଟରେ ଚୋରାଚାଳାଣ ସମୟରେ ଧରାପଡିଛି ପ୍ରାୟ ୭୦ ଲକ୍ଷ ଟଙ୍କାର ଗଂଜେଇ । କୋରାପୁଟ ଜିଲ୍ଲା ଲମତାପୁଟରେ ପେଟ୍ରୋଲିଂ ବେଳେ ପାଡୁଆ ଓ ଲମତାପୁଟ ପୁଲିସ୍ ଏହି ଗଂଜେଇ ଜବତ କରିଛି । ୩ଟି ଗାଡ଼ିରେ ପ୍ରାୟ ୭୧୮ କେଜି ଗଂଜେଇ ଚାଲାଣ ହେଉଥିଳା ।

publive-image

କୌଣସି ସୂତ୍ରରୁ ସୂଚନା ପାଇଁ ପୋଲିସ ଗାଡିକୁ ଯାଂଚ ବେଳେ ଏହାକୁ ଜବତ କରିଛି । ଗୋଟିଏ ମିନିଟ୍ରକ୍, ପିକଅପ୍ ଓ ଗୋଟିଏ ବୋଲେରୋ ଗାଡିକୁ ଗଂଜେଇ ଚାଲାଣ ଘଟଣାରେ ଜବତ କରିଛି । ପୁଲିସ୍ ଚଢ଼ାଉ ବେଳେ ମାଫିଆମାନେ ଗାଡ଼ି ଚାଡ଼ି ଚମ୍ପଟ ମାରିଛନ୍ତି । ଏହି ଗଂଜେଇ ଚୋରାଚାଲାଣ ରାକେଟ୍ରେ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe