କେନ୍ଦ୍ରାପଡ଼ାରେ ତୀବ୍ର ହେଉଛି ପ୍ରଶାସନ-କଂଗ୍ରେସ କର୍ମୀଙ୍କ କଳି । ବିଡିଓ ସୁଭ୍ରାଂଶୁ ସାହୁଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ୭୦ରୁ ଅଧିକ ଏଫଆଇଆର
କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ପ୍ରଶାସନ-କଂଗ୍ରେସ କର୍ମୀଙ୍କ କଳି ତୀବ୍ର ହୋଇଛି । ବିଡିଓଙ୍କ ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ୭୦ରୁ ଉର୍ଧ ଅଭିଯୋଗ କରାଯାଇଛି । ରାଜନଗରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଏବଂ ସମର୍ଥକ ମାନେ ବିଡିଓ ସୁଭ୍ରାଂଶୁ ସାହୁଙ୍କ ନାଁରେ ଅଭିଯୋଗ କରିଛନ୍ତି । ଗତ ୨୭ ତାରିଖରେ ଅଂଶୁମାନ ନିଜ ସମର୍ଥକଙ୍କ ସହ ବିଡିଓଙ୍କୁ ଭେଟି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ । ତେବେ ଏହି ସମୟରେ ପଟାମୁଣ୍ଡାଇ ବିଡିଓ ଅଂଶୁମାନଙ୍କ ସହ କଂଗ୍ରେସ କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ବିଡିଓଙ୍କ ନାଁରେ ୭୦ରୁ ଉର୍ଧ ଅଭିଯୋଗ ଦାୟର କରାଯାଇଛି ।