କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ ର ୭୦ ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିଛନ୍ତି । ପ୍ରଥମେ ସେ ଦଶହରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଦେବା ସହ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦେଶବାସୀଙ୍କୁ ଦଶହରା ଅବସରରେ ଦେଶର ସୈନିକ ମାନଙ୍କ ପାଇଁ ଗୋଟିଏ ଗୋଟିଏ ଦ୍ୱୀପ ଜାଳିବାକୁ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି କି ଲକ୍ ଡାଉନ ସମୟରେ ସମାଜରେ ଥିବା ପଛୁଆବର୍ଗର ଲୋକଙ୍କ ପାଖରେ ଆମକୁ ପହଂଚିବାର ଅଛି । ଯେଉଁମାନେ କି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ଆମ ସହିତ ରହିଛନ୍ତି । ଏହି ପାର୍ବଣ ଅବସରରେ ଆମ ଖୁସି ସହିତ ସେମାନଙ୍କୁ ବି ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଯେତେବେଳେ ଆମେ ପର୍ବ ପର୍ବାଣୀର କଥା କହୁଛୁ ବା ପର୍ବ ପାଇଁ ପ୍ରସ୍ତୁତ ହେଉଛୁ ସେତେବେଳେ ଆମେ ବଜାରକୁ ଯିବା କଥା ଚିନ୍ତା କରୁଛୁ । ମୋଦି କହିଛନ୍ତି କି ଯେତେବେଳେ ଆପଣ ମାନେ ବଜାର ଯାଉଛନ୍ତି କିଛି କିଣା କିଣି କରିବାକୁ ସେତେବେଳେ ଲୋକଲା ବା ସ୍ଥାନୀୟ ଉତ୍ପାଦ କିଣିବାକୁ ଚେଷ୍ଟା କରନ୍ତୁ ।
ଦଶହରା ସମୟରେ ଭିଡ୍ ନକରିବାକୁ , ବାୟୁ ପ୍ରଦୁର୍ଷଣ ପ୍ରତି ସର୍ତ୍ତକ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହ ସାମାଜିକ ଦୂରତା ପ୍ରତି ନଜର ରଖିବାକୁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ ମୋଦିଙ୍କ ସ୍ଲୋଗାନ ‘ଲୋକାଲ ଫର ଭୋକାଲ’ ର କଥା କହିବାକୁ ଯାଇ ସେ ଖଦୀ ଉଦ୍ୟୋଗ ଉପରେ ଫୋକସ୍ କରିଛନ୍ତି । ଏନେଇ ସେ କହିଥିଲେ କି ଖଦୀ ଭାରତୀୟ ପରମ୍ପରାର ଏକ ଗୌରବ ବସ୍ତ୍ର । ଏହାକୁ ବ୍ୟବହାର କରିବାକୁ ସେ ସବୁ ନାଗରିକଙ୍କୁ ଅନୁରୋଧ କରିବା ସହ ଦିଲ୍ଲୀର କର୍ଣ୍ଣଟ ପ୍ଲେସ୍ ନିକଟରେ ଥିବା ଖଦି ଷ୍ଟୋର ବାବଦରେ କହିଥିଲେ ସେ କହିଥିଲେ କି ଗାନ୍ଧୀ ଜୟନ୍ତୀରେ ଗୋଟିଏ ଷ୍ଟୋରରୁ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖଦୀ ବିକ୍ରି ହୋଇଥିଲା । ଅନ୍ୟପଟେ କରୋନା କାଳରେ ଖଦି କପଡାରେ ପ୍ରସ୍ତୁତ କରାଯାଉଥିବା ମାକ୍ସର ବଜାର ଡିମାଣ୍ଡ ଅଧିକ ରହିଛି ।
ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଯେତେବେଳେ ଆମେ ଆମର ଜିନିଷକୁ ନେଇ ଗର୍ବ କରିଥାଉ ସେତେବେଳେ ମାର୍କେଟରେ ତାର କାରବାର ବଢିଥାଏ । ଯେଭଳି ଆମର ଯୋଗ । ଏହା ପୁରା ଦୁନିଆକୁ ଆକର୍ଶିତ କରିଛି । ଆମର କିଛି ଖେଳ ବି ଦୁନିଆକୁ ଆକର୍ଶିତ କରିଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସରଦ୍ଦାର ପଟେଲଙ୍କୁ ବି ମନେ ପକାଇଛନ୍ତି । ସେ କହିଛନ୍ତି କି କିଛିଦିନ ପରେ ସର୍ଦ୍ଦାର ପଟେଲଙ୍କର ଜନ୍ମ ଜୟନ୍ତୀ । ୩୧ ଅକ୍ଟୋବରକୁ ଦେଶବାସୀ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ସଦ୍ଧାର ପଟେଲ ତାଙ୍କ ଜୀବନ କାଳରେ କେବଳ ଦେଶକୁ ଏକଜୁଟ୍ କରିବାକୁ ଚେଷ୍ଟା କରିଛନ୍ତି । ଏହାସହ ବିଭିଦତା ଭିତରେ ଦେଶକୁ ଏକଜୁଟ୍ କରିବାକୁ ତାଙ୍କର ପ୍ରୟାସ ଦେଶ ମନେରଖିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/18-23.jpg)