କନକ ବ୍ୟୁରୋ : ବୁର୍ଲା ମେଡିକାଲର ମେଡିସିନ୍ ବିଭାଗର ଓପିଡିକୁ ୧୨ ତାରିଖ ଯାଏଁ ବନ୍ଦ କରି ଦିଆଯାଇଛି । ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୬ ଦିନ ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ । ମେଡିସିନ୍ ବିଭାଗର ୯ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୭୦ ଜଣ ଡାକ୍ତରଙ୍କୁ କ୍ୱାରେଂଟିନରେ ରହିବାକୁ କୁହାଯାଇଛି । ସେଥି ମଧ୍ୟରୁ କେବଳ ମେଡିସିନ୍ ବିଭାଗର ୩୮ ଜଣ ଡାକ୍ତର ରହିଛନ୍ତି । ଫଳରେ ମେଡିସିନ୍ ବିଭାଗର ଓପିଡିକୁ ବନ୍ଦ କରିବାକୁ ପଦକ୍ଷେପ ନେଇଛନ୍ତି କର୍ତୃପକ୍ଷ ।
ତେବେ ରେଫର ହୋଇ ଆସୁଥିବା ଗୁରତର ରୋଗୀଙ୍କୁ କାଜୁଆଲିଟି ବିଭାଗରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି । ଏହା ସହ ଟେଲି ମେଡିସିନ୍ ସେବା ପାଇଁ ଦୁଇଟି ଫୋନ ନମ୍ବର ଜାରି କରିଛନ୍ତି ଭୀମସାର କର୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/8-3.jpg)