ଭୁବନେଶ୍ୱରରୁ କମିଲେ ଆକ୍ରାନ୍ତ : ଆଜି ୭୦ କରୋନା ପିଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୯୦ ଜଣ

95

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୦ ଜଣ ସଂଗରୋଧ ଓ ୫୦ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ୟ୍ୟନ୍ତ ୨୯ ହଜାର ୭୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୨୮ ହଜାର ୭୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୮୧୦ ଜଣ ଆକ୍ରାନ୍ତ ସକ୍ରିୟ ଥିବା ବେଳେ ୧୮୩ ଜଣଙ୍କର ମୃତ୍ୟୁ ହୋଇଛି।

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ବାପୁଜୀ ନଗର, ପୁରୁଣା ଭୁବନେଶ୍ୱର, ବଡଗଡ, ବିଜେବି ନଗର, ଜୟଦେବ ବିହାର, ଜାଗମରା, ପୋଖରୀପୁଟ, ଭିଏସଏସ ନଗର, ସତ୍ୟନଗର, ଲଖ୍ମୀ ସାଗର, ନୟାପଲ୍ଲୀ ଓ ରସୁଲଗଡ଼ରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।