କନକ ବ୍ୟୁରୋ: ରାଜ୍ୟରେ ସରିଛି ଶେଷ ପର୍ଯ୍ୟାୟ ଭୋଟିଂ । ତେବେ ଶେଷ ପର୍ଯ୍ୟାୟରେ ରାଜ୍ୟରେ ଭଲ ପ୍ରତିଶତ ମତଦାନ ହୋଇଥିବା ସିଇଓଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ, ରାଜ୍ୟରେ ଶେଷ ପର୍ଯ୍ୟାୟରେ ୭୦.୬୭ ପ୍ରତିଶତ ମତଦାନ ହୋଇଛି । ମୟୂରଭଞ୍ଜରେ ସର୍ବାଧିକ ୭୩.୮୧% ମତଦାନ ହୋଇଛି । ସେହିପରି ଯାଜପୁରରେ ୬୭.୯୧% , କେନ୍ଦ୍ରାପଡାରେ ୬୮.୬୪ ପ୍ରତିଶତ, ଜଗତସିଂପୁରରେ ୭୩.୦୬%, ବାଲେଶ୍ୱରରେ ୭୦.୪୧%, ଭଦ୍ରକରେ ୭୦.୩୪% ମତଦାନ ହୋଇଛି ।
ରାଜ୍ୟରେ ଶେଷ ପର୍ଯ୍ୟାୟରେ ୭୦ .୬୭ ପ୍ରତିଶତ ମତଦାନ । ମୟୂରଭଞ୍ଜରେ ସର୍ବାଧିକ ଭୋଟିଂ ।
/kanak/media/post_attachments/wp-content/uploads/2024/06/19.jpg)