ପୁଣି ଲଜ୍ୟା : ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ ୭ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ମାମଲା ରୁଜୁ ପରେ ଅଭିଯୁକ୍ତ ଗିରଫ, ଉଭୟଙ୍କ ଡାକ୍ତରୀ ମାଇନା ପାଇଁ ପଠାଇଲା ପୁଲିସ

ହଜିଯାଉଛି ମାନବିକତା, ଦୁଷ୍କର୍ମ ବଦଳରେ ଦୁଷ୍କର୍ମ ! ପରିବାର ସମ୍ମତି କ୍ରମେ ଅଭିଯୁକ୍ତଙ୍କ ଭଉଣୀକୁ କରାଗଲା ଦୁଷ୍କର୍ମ

source-http://www.thedailystar.net

କନକ ବ୍ୟୁରୋ : ପୁଣି ଲଜ୍ଜା । ପାଶବିକତାର ଶିକାର ହେଲା ନାବାଳିକା । ବାଲେଶ୍ୱର ଜିଲ୍ଲା ସୋର ଅଂଚଳରେ ଘଟିଛି ଏପରି ଅଭାବନୀୟ ଘଟଣା । ଜଣେ ୭ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ଅଭିଯୋଗ ହୋଇଛି । ଏ ସଂପର୍କରେ ସୋର ଥାନାରେ ଅଭିଯୋଗ କରିଛନ୍ତି ପୀଡିତା ନାବାଳିକାଙ୍କ ମା’ । ଗାଁରେ ଏକ ବିବାହ ରୋଷଣୀ ଚାଲିଥିବା ବେଳେ ନାବାଳିକାକୁ ପ୍ରଲୋଭନ ଦେଖାଇ ନିକଟସ୍ଥ ବିଲରେ ଥିବା ଏକ ଏଲଆଇ ପଏଂଟ ପାଖକୁ ଡାକି ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଗତ ଶୁକ୍ରବାର ଏହି ଘଟଣା ଘଟିଥିବା ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe