୭ ବର୍ଷ ହେବ ମାଚ୍ୟୁରିଟି ପରେ ବି ଜମାକାରୀଙ୍କୁ ମିଳିନି ଟଙ୍କା : ଭଂଜନଗର ସାହାରା କାର୍ଯ୍ୟାଳୟରେ ତାଲା ପକାଇଲେ ଶତାଧିକ ଜମାକାରୀ ଓ ଏଜେଣ୍ଟ

‘ସାହାରା’ରେ ଟଙ୍କା ଲଗାଇ ବେସାହାରା

907

କନକ ବ୍ୟୁରୋ : ଲୋକଙ୍କ ଠକୁଛି ସାହାରା ସଂସ୍ଥା । ଅଧିକ ସୁଧ ଲୋଭରେ ସାହାରା କାମ୍ପାନୀରେ ଟଙ୍କା ଜମା କରିଥିବା ଲୋକେ ଏବେ ହଇରାଣ ହେଉଛନ୍ତି । ସୁଧ ପାଇବା ଦୂରର କଥା ମୂଳ ଟଙ୍କା ମଧ୍ୟ ପାଇପାରୁନାହାଁନ୍ତି ହିତାଧିକାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଂଜନଗର ଅଂଚଳରେ । ଫଳରେ ଆଜି ଭଂଜନଗର ସାହାରା କାର୍ଯ୍ୟାଳୟରେ ତାଲା ପକାଇ ଘେରାଉ କରିଛନ୍ତି ଉଭୟ ଜମାକାରୀ ଓ ଏଜେଂଟ । ଭଂଜନଗର ଉପଖଣ୍ଡର ଭଂଜନଗର, ବେଲଗୁଣ୍ଠା, ଆସିକା, ପୋଲସରା, କୋଦଳା ଅଚଂଳର ଶତାଧିକ ଜମାକାରୀ ଓ ଏଜେଟଂ ବହୁ ବାର କାର୍ଯ୍ୟାଳୟକୁ ଆସି ମ୍ୟାଚୁରେଟି ଟଙ୍କା ପାଇବାରେ ବିଫଳ ହେବାରୁ ଏକାଠି ହୋଇ କାଯ୍ୟାଁଳୟରେ ତାଲା ପକାଇବା ସହ ଅଧିକାରୀଙ୍କୁ ଘେରାଉ କରିଛନ୍ତି ।

୨୦୧୪ ମସିହା ଠାରୁ ଜମାକାରୀମାନଙ୍କ ସମୟ ଅବଧି ଶେଷ ହୋଇ ମ୍ୟାଚୁରେଟି ହୋଇଥଲେ ମଧ୍ୟ ଟଙ୍କା ଏଯାଏଁ ମିଳିନାହିଁ । ଆଗାମି ଦିନରେ ଯଦି ଟଙ୍କା ମିଳିବାରେ ବିଳମ୍ବ ହୁଏ ତେବେ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବାର ଧମକ ଦେଇଛନ୍ତି ଜମାକରୀ । କମ୍ପାନିରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ସମ୍ପକୀୟଙ୍କୁ ଟଙ୍କା ପ୍ରଦାନ କରାଯାଉଛି । ଅନ୍ୟ ଲୋକଙ୍କ ଟଙ୍କାକୁ ପୁଣି ରିଇନଭେଷ୍ଟମେଟଂ କରିବାକୁ ବାଧ୍ୟ କରାଯାଉଛି ବୋଲି ଜମାକାରୀ ଏବଂ ଏଜେଂଟମାନେ ଅଭିଯୋଗ କରିଛନ୍ତି ।