କନକ ବ୍ୟୁରୋ : କଥାରେ ଅଛି ଯଦି ଦୃଢ ଇଚ୍ଛାଶକ୍ତି ମନରେ ରହେ ତେବେ ଅସମ୍ଭବ ବି ସମ୍ଭବ ହୋଇପାରେ । ନିଜ ଲକ୍ଷ୍ୟ ପଥରେ ଅନେକ ବାଧାବିଘ୍ନ ଆସିଲେ ବି ଏହାକୁ ଅତିକ୍ରମ କରି ସଫଳତା ମିଳେ । ଏବେ ସେଭଳି କିଛି କମାଲ କରି ଦେଖାଇଛନ୍ତି ଉତ୍ତରପ୍ରଦେଶ ହାପୁରର ଶିବାଙ୍ଗୀ ଗୋଏଲ । ସିଭିଲ ସର୍ଭିସ ପରୀକ୍ଷାରେ ଶିବାଙ୍ଗୀ ୧୭୭ତମ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଶିବାଙ୍ଗୀଙ୍କ ଏହି ସଫଳତା ପଛରେ ରହିଛି ବଡ ସଂର୍ଘଷର କାହାଣୀ । ପରିସ୍ଥିତି ନିକଟରେ ହାର ନମାନି ଶିବାଙ୍ଗୀ ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ କରିଛନ୍ତି । ଫଳାଫଳ ବାହାରିବା ପରେ ଶିବାଙ୍ଗୀଙ୍କ ସଂର୍ଘଷ ଭିତରେ ସଫଳତା କଥା କିଭଳି ଥିଲା ଏକଥା ସମସ୍ତେ ପାଖରେ ସେ ନିଜେ ପ୍ରକାଶ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଥିସହ ସମସ୍ତ ନାରୀମାନଙ୍କୁ ବାର୍ତ୍ତାଦେଇ ଶିବାଙ୍ଗୀ କହିଛନ୍ତି କି ଯଦି କୌଣସି ନାରୀ ନିର୍ଯ୍ୟାତନା ଓ ଅତ୍ୟାଚାରର ଶିକାର ହେଉଛି ତେବେ ଭୟଭୀତ ନହୋଇ ଜୀବନର ନୂଆ ଲକ୍ଷ୍ୟ ତିଆରି କରନ୍ତୁ ଓ ଆଗକୁ ବଢନ୍ତୁ । ବିବାହ ପୂର୍ବରୁ ମେଧାବୀ ଶିବାଙ୍ଗୀ ଦୁଇ ଦୁଇ ଥର ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ବିବାହ ପରେ ପରୀକ୍ଷା ଦେବାକୁ ମୌକା ବି ତାଙ୍କୁ ମିଳିନଥିଲା । ବାହାଘର ପରେ ଘରୋଇ ନିର୍ଯାତନାର ଶିକାର ହୋଇଥିଲେ ଅସହ୍ୟ ହେବା ପରେ ଝିଅଙ୍କୁ ନେଇ ଶାଶୁଘର ସବୁଦିନ ପାଇଁ ଛାଡିଥିଲେ । ବର୍ତ୍ତମାନ କୋର୍ଟରେ ଶିବାଙ୍ଗୀ ଛାଡପତ୍ର ମାମଲା ଚାଲିଛି ।