କନକ ବ୍ୟୁରୋ : ଜଣେ ୭ ବର୍ଷର ବାଳିକା ରୋଜଗାର କରିଛନ୍ତି ୨୦୦ କୋଟି ଟଙ୍କା । ଏହା ଆପଣଙ୍କୁ ବିଶ୍ୱାସ ନହେଉଥିଲେ ବି କଥାଟି ସତ । ଋଷିଆର ଏହି ବାଳିକା ଜଣଙ୍କ ଏବେ ଇଣ୍ଟରନେଟରେ ଛାଇ ଯିବା ସହ କିଭଳି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଋଷ ସୋସିଆଲ ମିଡିଆର ଷ୍ଟାର ପାଲଟି ଯାଇଥିବା ଏହି କୁନିଝିଅଟିର ନାମ ଅନାସ୍ତାସିଆ ରଡଜିଂସ୍କାୟା । ରଡଜିଂସ୍କାୟା ସୋସିଆଲ ମିଡିଆରୁ ପ୍ରତିମାସ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଏବେ ସେ ୧୪୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଅଟନ୍ତି ।

Advertisment

କହିରଖୁ କି ୭ ବର୍ଷିୟା ରଡଜିଂସ୍କାୟା ଏବେ ୟୁ ଟ୍ୟୁବର ସବୁଠାରୁ ବଡ କ୍ରିଏଟର୍ସଙ୍କ ମଧ୍ୟରୁ ଅନ୍ୟଜଣେ । କିଛି ରିପୋର୍ଟ ମୁତାବକ ଗତବର୍ଷ ରଡଜିଂସ୍କାୟା ୟୁ ଟ୍ୟୁବରୁ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ରଡଜିଂସ୍କାୟାଙ୍କ ଏହି ସଫଳତା ପଛରେ ତାଙ୍କ ପିତା ମାତାଙ୍କର ବଡ ଅବଦାନ ଥିବା କଥା କୁହାଯାଉଛି ।

‘ଡେଲି ଷ୍ଟାର’ର ରିପୋର୍ଟ ମୁତାବକ ରଡଜିଂସ୍କାୟା ତାଙ୍କ ପରିବାରର ହଲି ଡେ ଆଧାର ଉପରେ କଣ୍ଟେଣ୍ଟ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ କରିଥାନ୍ତି । କେବଳ ୟୁଟ୍ୟୁବ ନୁହେଁ ଫେସବୁକ, ଇନଷ୍ଟାଗ୍ରାମ ଓ ବିଭିନ୍ନ ସୋସିଆଲ ମିଡିଆରେ ଏହି ଭିଡିଓ ସବୁକୁ ଅପଲୋଡ କରିଥାନ୍ତି ।

ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଶେଷ କରି ଛୋଟ ପିଲାମାନଙ୍କ ପୌଷ୍ଟିକ ଖାଦ୍ୟ ସାମଗ୍ରୀ, ଆକର୍ଷଣୀୟ ହଲି ଡେ ପ୍ୟାକେଜ ସହ କିଛି ଛବି ଅପଲୋଡ କରିଥାନ୍ତି । ସୋସିଆଲ ମିଡିଆରେ ରଡଜିଂସ୍କାୟାଙ୍କର କୋଟି କୋଟି ଫଲୋଅର୍ସ ରହିଛନ୍ତି । ଏହାଦ୍ୱାରା ରଡଜିଂସ୍କାୟାଙ୍କର କୋଟି କୋଟି ଟଙ୍କା ରୋଜଗାର ହୋଇଥାଏ ।

ରଡଜିଂସ୍କାୟାଙ୍କ ଜନ୍ମ ୨୦୧୪ ମସିହାରେ । ସେ ଜନ୍ମ ହେବାର କିଛିଦିନ ପରେ ଏକ ଦୂରାରୋଗ୍ୟ ବ୍ୟାଧିରେ ପୀଡିତ ହୋଇଥିଲେ । ଏହାପରେ ସେ ବଢିବା ଆରମ୍ଭ କରିବାରୁ ତାଙ୍କ ବାପା ମା ତାଙ୍କ ପାଇଁ ‘ଲାଇକ ନାସ୍ତ୍ୟା’ ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଥିଲେ ।