ଟିଭି ସିରିଏଲରେ ପ୍ରସାରିତ ହେଉଥିବା ଏକ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରିବାକୁ ଉଦ୍ୟମ କରି କୋଲକାତାରେ ଜଣେ ସାତ ବର୍ଷୀୟ ବାଳିକାର ମୃତ୍ୟୁ ହୋଇଥିବା କଥା କୁହାଯାଉଛି। ଘଟଣା ସମୟରେ ଘରେ କେବଳ ଝିଅ ଏବଂ ତା’ର ଦୁଇ ବର୍ଷିୟ ଭାଇ ଥିଲେ।ପାଖରେ ଥିବା ଡାକଘରକୁ ତାଙ୍କ ମାଆ ଟଙ୍କା ଜମା କରିବାକୁ ଯାଇଥିଲେ। ସେ ଫେରିବା ଯାଏଁ ପିଲାଙ୍କ ଉପରେ ନିଘା ରଖିବାକୁ ଜଣେ ପଡୋଶୀଙ୍କୁ କହି ଯାଇଥିଲେ। ବାପା ଜଣେ ରାଜମିସ୍ତ୍ରୀ ହୋଇଥିବାରୁ କାମ ପାଇଁ ବାହାରକୁ ଯାଇଥିଲେ ।
କୋଲକାତାର ଇଚ୍ଛାପୁର ଗ୍ରାମରେ ବାସ କରୁଥିବା ଏହି ପରିବାରଙ୍କ ଘରୁ ଏବେ ଖୁସି ହଜିଯାଇଛି । ମାଆ ଘରକୁ ଫେରି ଛାତରୁ ସ୍କାର୍ଫରେ ଝୁଲିଥିବା ଝିଅକୁ ଦେଖିବା ପରେ ଖବର ଲୋକଲୋଚନକୁ ଆସିଥିଲ। ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ, ସେଠାରେ ଡାକ୍ତରମାନେ ଝିଅଟିକୁ ମୃତ ଘୋଷଣା କରିଥିଲେ ।
ଅଣନିଶ୍ୱାସୀ ହୋଇ ପଡିଥିବାରୁ ଝିଅଟିର ମୃତ୍ୟୁ ହେବା କଥା ଏବେ ପୋଲିସ୍ ସନ୍ଦେହ କରୁଥିବା ବେଳେ ରିପୋର୍ଟକୁ ଆସିବା ପାଇଁ ଅପେକ୍ଷା କରାଯାଇଛି । ବାରାକ୍ପୁର୍ କମିସନ୍ରେଟ୍ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ ବୋଧ ହୁଏ ଝିଅଟି ଘରେ ଥିବା ସମୟରେ ଟିଭିର କୌଣସି ସୁଇସାଇଡ୍ ଦୃଶ୍ୟକୁ ଦେଖିଛି ଏବଂ ଏହାକୁ ନକଲ କରିବାକୁ ଚେଷ୍ଟା କରିଛି । କିନ୍ତୁ ଦୁର୍ଭାଗ୍ୟବଶତଃ ବେକରେ ଗୁଡ଼ାଇ ଖେଳୁଥିବା ସ୍କାର୍ଫଟି କୌଣସିମତେ ଚାପି ହୋଇଯାଇଛି। ଯାହାଫଳରେ ଝିଅଟିର ମୃତ୍ୟୁ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/2017_12largeimg04_Dec_2017_064651026-650x330.jpg)
/kanak/media/post_attachments/wp-content/uploads/2018/06/inshorts_image_1528523066262_517-300x183.jpg)