କ୍ରିସ୍ ମାସ ପ୍ରସ୍ତୁତି ପାଇଁ ଆଉମାତ୍ର କିଛି ଘଣ୍ଟା ବାକି ରହିଛି । ନୂତନବର୍ଷ ଏବଂ କ୍ରିସମାସର ଆଗମନକୁ ନେଇ ପ୍ରତ୍ୟେକ ଘରେ ଚାଲିଛି ଆନନ୍ଦ ଓ ଉହ୍ଲାସ । ଏହି ମଉକାରେ ଲୋକମାନେ ବନ୍ଧୁ ପରିଜନଙ୍କୁ ସାଣ୍ଟା କ୍ଲଜ୍ ରୁପରେ ଆସି ଉପହାର ଦେବାର ପରମ୍ପରା ମଧ୍ୟ ରହିଛି । ବଡଦିନରେ ପ୍ରଭୁ ଯୀଶୁଙ୍କ ଦୂତ ସାଣ୍ଟାକ୍ଲଜ୍ ଙ୍କୁ ସମସ୍ତେ ମନପସନ୍ଦର ଉପହାର ମାଗିଥାନ୍ତି । ଏହା ଭିତରେ ଏକ ୭ ବର୍ଷର ଛୋଟ ଶିଶୁର ଚିଠି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିିଛି । ଯାହାକୁ ପଢିି ୟୁଜର୍ସ ଭାବୁକ ହୋଇପଡିଛନ୍ତି । publive-image

Advertisment

ବ୍ଲେକ ନାମକ ଏହି ଶିଶୁ ନିଜ ମା’ ସହ ଘରୋଇ ହିଂସା ଆଶ୍ରୟ ଗୃହରେ ରହୁଛି । ଏହି ଘରୋଇ ହିଂସା ଆଶ୍ରୟ ଗୃହ ଟାକ୍ସେସଠାରେ ରହିଛି । ଆଶ୍ରୟ ଗୃହରେ ସୁରକ୍ଷା ଏବଂ ସହାୟତାରେ ଉଭୟ ମା’ପୁଅ ରହୁଛନ୍ତି । ତେବେ କିଛି ଦିନ ତଳେ ବ୍ଲେକର ବ୍ୟାଗରୁ ଏକ ଚିଠି ମିଳିଛି ଓ ଏହି ଚିଠିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଚିଠିରେ ବ୍ଲେକ ସାଣ୍ଟାଙ୍କ ପାଖକୁ ଲେଖିଛନ୍ତି ଯେ, ସେ ଖୁବ୍ ଚିନ୍ତିତ ଅଛନ୍ତି । ତାଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ବହୁତ ଭଲ ବାପା ଦରକାର । ଘରେ ଚାଲିଥିବା ଅସୁବିଧା କାରଣରୁ ତାଙ୍କୁ ମା’ଙ୍କ ସହ ରହିବାକୁ ପଡିଛି । ବାପାଙ୍କ କ୍ରୋଧ ଏବଂ ଡର କାରଣରୁ ମା’ ଘର ଛାଡିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ବାପାଙ୍କର ଆବଶ୍ୟକ ରହିଛି । ଛୁଆଟିର ଏହି ହୃଦୟସ୍ପର୍ଶୀ ଚିଠିରେ ସମସ୍ତେ ଭାବୁକ ହୋଇପଡୁଛନ୍ତି ।

publive-image

ଆଶ୍ରୟସ୍ଥଳୀର ଅଧିକାରୀ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଲେକଙ୍କୁ ୧୦,୦୦୦ ହଜାର ଉପହାର ମିଳିସାରିଲାଣି ଏବଂ ସେହି ଉପହାର ଗୁଡିକୁ ସେ ପିଲାଙ୍କ ମଧ୍ୟରେ ବାଣ୍ଟିବାର ଯୋଜନା କରିଛନ୍ତି । ଏହିପରି କିଛି କରି ସେ ବ୍ଲେକଙ୍କ ଓଠରେ ଖୁସି ଫୁଟାଇ ପାରିବେ ବୋଲି ଆଶା ରଖିଛନ୍ତି ।