କନକ ବ୍ୟୁରୋ: ବର୍ବର, ଜଘନ୍ୟ, ଛାତିଥରା, ଅମାନବୀୟ । ଏଭଳି ଯେତେସବୁ ଶବ୍ଦ ଅଛି ହୁଏତ ଛୋଟ ଲାଗିବ, ଯେତେବେଳେ ଗଂଜାମ ଜିଲ୍ଲା ଗୋଳନ୍ଥରା ଅଚଂଳରେ ଘଟିଥିବା ଏହି ଘଟଣାର ପୁରା କାହାଣୀ ଜାଣିବେ । ଦୁଇ କୁନି ପିଲା ଏହି ଗାଁ ଦାଣ୍ଡରେ ଖେଳୁଥିଲେ । ନାବାଳିକାର ବୟସ ୭ ବର୍ଷ ଏବଂ ନାବାଳକର ବୟସ ୫ ବର୍ଷ । ସାନଭାଇ ଶୌଚ କରିବା ପାଇଁ ଯାଇଥିବା ସମୟରେ ନାବାଳିକା ଉପରେ ପଡ଼ିଥିଲା ଦୁଇ ଯୁବକର ନଜର । ଚକଲେଟ୍ ଦେବାର ବାହାନା ଦେଖାଇ ନାବାଳିକାକୁ ଟେକି ନେଇଥିଲେ । ଆଉ ଦୁଷ୍କର୍ମ କରିବା ବେଳେ ଯେତେବେଳେ ନାବାଳିକା ଚିତ୍କାର କରିଥିଲା, ସେତେବେଳେ ଶିଶୁଟିର ମୁହଁ, ଗଳା ଓ ପାଟିକୁ ଆକ୍ରମଣ କରିଥିଲେ । ବାରମ୍ବାର ପାଟି କରିବାରୁ ଗଳାକୁ କାଟିଦେଇଥିଲେ । ଗୁରତର ଅବସ୍ଥାରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ନାବାଳିକା ଏବେ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।
ପୀଡ଼ିତା ନାବାଳିକାର ସାନଭାଇ ଶୌଚ ସାରି ଆସି ଦେଖିଲା ବେଳକୁ ବଡ଼ ଭଉଣୀ ରକ୍ତାକ୍ତ ଅବସ୍ଥାରେ ପଡିରହିଛି । ଦୌଡି ଦୌଡି ଆସି ସମସ୍ତ ଘଟଣା ବିଷୟରେ ଜେଜେମାକୁ ଜଣାଇଥିଲା ସାନ ଭାଇ । ଘଟଣା ଜାଣି ଜେଜେମା ପାଟି କରିବାରୁ ଗ୍ରାମବାସୀମାନେ ଏକତ୍ରିତହୋଇ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ଯୁବକକୁ କାବୁ କରିଥିଲେ । ଗତ ୨୮ ତାରିଖରେ ଗୋଳନ୍ଥରା ଅଂଚଳରେ ଘଟିଥିବା ଏହି ଘଟଣାର ଗୁରୁତ୍ୱକୁ ଦେଖି ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି ବ୍ରହ୍ମପୁର ଏସପି । ସେହିପରି ସାଇଂଟିଫିକଟିମ୍ ପହଂଚି ଯାଂଚ କରିବା ସହ ଦୁଇଜଣକୁ ଗିରଫ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/17-33.jpg)