କନକ ବ୍ୟୁରୋ: ପରିତ୍ୟକ୍ତ ପାଇଖାନା ଟାଙ୍କି ଘୋଡ଼ଣି ଭୁଷୁଡ଼ି ୭ ଜଣ ଛାତ୍ରୀ ଆହତ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନ ଲକ୍ଷ୍ମୀପୁର କନ୍ୟାଶ୍ରମରେ ଏହି ଘଟଣା ଘଟିଛି । ଗତକାଲି ସକାଳୁଆ କ୍ଲାସ ସାରି ଛାତ୍ରୀମାନେ ନିଜ ପୋଷାକ ସଫା କରି ଶୁଖାଇବା ପାଇଁ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କି ଉପରେ ଛିଡ଼ା ହୋଇଥିଲେ । ହେଲେ ଏତିକିବେଳେ ଟାଙ୍କିର ଘୋଡ଼ଣି ଭୁଷୁଡ଼ିପଡ଼ିଥିଲା । ଫଳରେ ନବମ ଶ୍ରେଣୀର ୭ ଜଣ ଛାତ୍ରୀ ଆହତ ହୋଇଥିଲେ । ୬ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି । ତେବେ ଜଣେ ଛାତ୍ରୀ ଗୁରୁତର ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥାନାନ୍ତର କରାଯାଇଛି ।
ପାଇଖାନା ଟାଙ୍କି ଘୋଡ଼ଣି ଭୁଷୁଡ଼ି ୭ ଜଣ ଛାତ୍ରୀ ଆହତ । ରାୟଗଡ ବ୍ଲକ୍ ଲକ୍ଷ୍ମୀପୁର କନ୍ୟାଶ୍ରମରେ ଅଘଟଣ ।
/kanak/media/post_attachments/wp-content/uploads/2024/03/Screen-Shot-2024-03-03-at-3.03.32-PM.png)