ରାଇରଙ୍ଗପୁରରେ ଅଟୋ ଓଲଟି ୭ ଛାତ୍ରଛାତ୍ରୀ ଗୁରୁତର : ବାଇକକୁ ଧକ୍କା ଦେଇ ଓଲଟି ପଡିଲା ଅଟୋ

85

କନକ ବ୍ୟୁରୋ : ରାଇରଙ୍ଗପୁର ସାନପୋକଣା ଠାରେ ଗୋଟିଏ ବାଇକକୁ ଅଟୋରିକ୍ସା ଧକ୍କା ଦେବାରୁ ୭ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ମଧ୍ୟାହ୍ନ ସମୟରେ ଅଟୋଟି ଗୋରୁମହିଷାଣି ଆଦର୍ଶ ବିଦ୍ୟାଳୟରୁ କେତେକ ପିଲାଙ୍କୁ ନେଇ ରାଇରଙ୍ଗପୁର ଆସୁଥିଲା। ବାଟରେ ବିପରୀତ ପଟୁରୁ ଆସୁଥିବା ଗୋଟିଏ ବାଇକ ସହ ଧକ୍କା ଖାଇ ଅଟୋଟି ଓଲଟି ପଡ଼ିବାରୁ ସେଥିରେ ଥିବା ୭ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ବାଇକ ଆରୋହୀଜଣକ ମଧ୍ୟ ଆହତ ହୋଇଛନ୍ତି।

ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପିଲାମାନଙ୍କ ମଧ୍ୟରୁ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି । ଚେତା ଫେରିନଥିବା ସୂଚନା ।