କ’ଣ ଆପଣ ବି କରୁଛନ୍ତି ଏହି ୭ଟି ଭୁଲ ? ସାବଧାନ ଏହି ଭୁଲ ଯୋଗୁଁ ସମୟରେ ଆପଣଙ୍କୁ ମିଳି ନ ପାରେ ଚାକିରି ।

43

ଅନେକ ଥର ଆପଣ ବିଭିନ୍ନ କ୍ଷେତ୍ରରେ ଭୁଲ କାର୍ଯ୍ୟ କରିବା ଯୋଗୁଁ ଆପଣ ସଫଳ ହେବାକୁ ଥିବା କାର୍ଯ୍ୟରେ ସମସ୍ୟା ଦେଖାଯାଇଥାଏ । ବିଶେଷ କରି ଯୁବପିଢ଼ୀଙ୍କ ପାଇଁ ଚାକିରୀ କ୍ଷେତ୍ରରେ ଟିକେ ଅସାବଧାନତା ଯୋଗୁଁ ହେଉଥିବା ଚାକିରୀ ହାତଛଡା କରିଥାନ୍ତି । ଆପଣ ଯେବେ କୌଣସି ଚାକିରୀ ପାଇଁ ଆବେଦନ କରିଥାନ୍ତି ଆପଣଙ୍କୁ ଅନୁଭବ ହୁଏ ଯେ ଏଥର ଆପଣଙ୍କୁ ଚାକିରି ମିଳିଯିବ । କିନ୍ତୁ ଆପଣଙ୍କୁ ସେହିଭଳି କିଛି ସକରାତ୍ମକ ଉତ୍ତର ନ ମିଳିବାରୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗେ ଯେ ଭୁଲ କେଉଁଠାରେ ରହିଲା । ଆପଣଙ୍କ ଧ୍ୟାନ ନଥିବ ଆପଣଙ୍କର ଛୋଟ ଅସାବଧାନତା ଯୋଗୁଁ ଆପଣଙ୍କ ହାତରୁ ଚାକିରୀ ସୁଯୋଗ ଦୁରେଇ ଯାଏ । ଅନେକ ସମୟରେ ଆପଣଙ୍କର ରିଜ୍ୟୁମ (ବାଓ-ଡାଟା) ତିଆରି କରିବା ସମୟରେ ବଡ ଭୁଲ କରିଥାନ୍ତି ଯାହାଦ୍ୱାରା ହୁଏତ ସମସ୍ୟା ହୋଇଥାଏ ଏବଂ ଆପଣଙ୍କ ରିଜ୍ୟୁମକୁ କମ୍ପାନୀ ରିଜେକ୍ଟ ମଧ୍ୟ କରିଦେଇଥାଏ । ତେବେ ଆପଣଙ୍କ କେଉଁ ଭୁଲ୍ ଯୋଗୁଁ ଏଭଳି ହୋଇଥାଇପାରେ ଜାଣିବାକୁ ଚାହୁଁଥିଲେ ପୁରା ରିପୋର୍ଟ ପଢନ୍ତୁ ।

କ’ଣ ଏହି ୭ଟି ଭୁଲ -:

୧.ଗୋଟିଏ ଦିନରେ ୧୦-୧୫ କମ୍ପାନୀ ଗୁଡିଙ୍କୁ ଆପଣଙ୍କ ରିଜ୍ୟୁମ ପଠାଇବା ଭାରି ପଡିପାରେ ଆଣଙ୍କ ଚାକିରୀ ପାଇବା କ୍ଷେତ୍ରରେ । କାରଣ ଅଧିକ କମ୍ପାନୀଙ୍କୁ ରିଜ୍ୟୁମ ପଠାଇବା ସମୟରେ ଆପଣ ବିଚଳିତ ହୋଇ କିଛି ନା କିଛି ଭୁଲ କରିଥାନ୍ତି । ତେଣୁ ଗୋଟିଏ ଦିନରେ ୨-୩ କମ୍ପାନୀକୁ ଆପଣଙ୍କ ରିଜ୍ୟୁମ ଭାବିଚିନ୍ତି ସାବଧାନତା ସହିତ ପଠାନ୍ତୁ ।

୨.କମ୍ପାନୀଙ୍କୁ ଆକୃଷ୍ଟ କରିବା ପାଇଁ ଆପଣ  ଆଉ ଏକ ବଡ ଭୁଲ କରିଥାନ୍ତି , କଭର ଲେଟରରେ ବଢ଼େଇ ଚଢ଼େଇ ଲେଖିବା ଆପଣଙ୍କୁ ମହଙ୍ଗା ପଡିପାରେ ।

୩. ଆପଣ ସେହି ଗୋଟିଏ ରିଜ୍ୟୁମ(ବାଓ-ଡାଟା)କୁ ହିଁ ଅନେକ କମ୍ପାନୀଙ୍କୁ ପଠାଇଥାନ୍ତି, ଯାହାଦ୍ୱାରା ସମାନ ରିଜ୍ୟୁମ ଦେଖି କମ୍ପାନୀ ଆକୃଷ୍ଟ ହୋଇନଥାଏ ।

୪. ଯଦି ଆପଣ କମ୍ପାନୀର ଇ-ମେଲକୁ ରିଜ୍ୟୁମ ପଠାଇ କୌଣସି ଉତ୍ତର ନ ପାଆନ୍ତି ତେବେ , ଚାକିରି ସମ୍ବଦ୍ଧୀୟ ଇନ-ଚାର୍ଜ ଅଫିସର ଇ-ମେଲକୁ ରିଜ୍ୟୁମ ପଠାନ୍ତୁ ଏବଂ ତାଙ୍କ ସହିତ କୋଅର୍ଡିନେସନ ରଖନ୍ତୁ ।

୫. ଚାକିରୀ ପାଇଁ ଆବେଦନ କରୁଥିବା ସମୟରେ ଆପଣ ଟିକେ ଭଲ କରି ଆପ୍ଲିକେସନକୁ ପଢ଼ନ୍ତୁ. ପ୍ରୁଫ ରିଡିଂ ନ କରିବା ଫଳରେ ଆପଣ ଆବେଦନ କରିଥିବା ପୋଷ୍ଟରେ ଭୁଲ ମଧ୍ୟ କରିପାରନ୍ତି ।

୬. କେବଳ ମନମୁତାବକ ପୋଷ୍ଟ ପାଇଁ ନୁହେଁ ବରଂ ଭଲ କରି କମ୍ପାନୀ ଦେଇଥିବା ପୋଷ୍ଟ ବିଷୟରେ ଭାବି ଚିନ୍ତି ଆବେଦନ କରନ୍ତୁ ।

୭.ସବୁଠାରୁ ବଡ ଭୁଲ ହେଲା ଆପଣ କେବଳ ବଡବଡ କମ୍ପାନୀକୁ ହିଁ ରିଜ୍ୟୁମ ପଠାଇବା ପାଇଁ ଉତ୍ସାହିତ ଥାନ୍ତି । ବର୍ତ୍ତମାନ ସମୟରେ ଅନେକ ଛୋଟ ଷ୍ଟାର୍ଟଅପ କମ୍ପାନୀ ଗୁଡିକ ଉଚ୍ଚ ଦରମା ଦେବା ସହ ଅନେକ ପ୍ରକାର ସୁବିଧା ଦେଇଥାନ୍ତି ।

ତେଣୁ ଆପଣ ତୁରନ୍ତ ଏଭଳି ଭୁଲ ଚିନ୍ତାଧାରାରୁ ବାହାରି , ଭାବିଚିନ୍ତି ଚାକିରୀ ପାଇଁ ଆବେଦନ କଲେ ନିଶ୍ଚିନ୍ତ ସଫଳ ହେବେ ।