୭ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ଭଦ୍ରକର ୩ ଆକ୍ରାନ୍ତ ୪୫, ୨୮ ଓ ୨୯ ବର୍ଷୀୟ ପୁରୁଷ; ସୁନ୍ଦରଗଡ଼ର ୪ ଆକ୍ରାନ୍ତ ରାଉରକେଲା ନାଲା ରୋଡର

୪ ଆକ୍ରାନ୍ତଙ୍କ ମଧ୍ୟରେ ୫୫ ଓ ୩୫ ବର୍ଷୀୟ ୨ ମହିଳା, ୩୮ ଓ ୨୭ ବର୍ଷୀୟ ୨ ଜଣ ପୁରୁଷ

1,355

କନକ ବ୍ୟୁରୋ: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୭ ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୩ ଜଣ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ତେବେ ଭଦ୍ରକରୁ ଚିହ୍ନଟ ହୋଇଥିବା ସମସ୍ତ ୩ ଜଣ ଆକ୍ରାନ୍ତ ପୁରୁଷ ଅଛନ୍ତି । ଏବଂ ଏମାନଙ୍କ ବୟସ ଯଥାକ୍ରମେ ୪୫, ୨୯ ଏବଂ ୨୮ ବର୍ଷ ମଧ୍ୟରେ ରହିଛି । ବଡ କଥା ହେଉଛି ଆଜି ଯେଉଁମାନେ ଭଦ୍ରକରୁ ପଜିଟିଭ ଠାବ ହୋଇଛନ୍ତି ସେମାନଙ୍କ ସମସ୍ତଙ୍କର ମଧ୍ୟ କଲିକତା ଲିଙ୍କ ରହିଛି ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ଅନ୍ୟପଟେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ସୁନ୍ଦରଗଡ ଜିଲ୍ଲାର ମଧ୍ୟ ରହିଛନ୍ତି । ସମସ୍ତ ନୂଆ ସଂକ୍ରମିତ ରାଉରକେଲା ନାଲା ରୋଡର ବୋଲି ଜଣାପଡିଛି । ତେବେ ନାଲାରୋଡର ୪ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୫୫ ବର୍ଷୀୟ ମହିଳା , ୩୫ ବର୍ଷୀୟ ମହିଳା , ୩୮ ବର୍ଷୀୟ ପୁରୁଷ ଓ ୨୭ ବର୍ଷୀୟ ପୁରୁଷ ରହିଛନ୍ତି । ସମସ୍ତଙ୍କ ନିକଟରେ ଅଳ୍ପ କିଛି କରୋନା ଲକ୍ଷଣ ଦେଖା ଦେଇଥିଲା । ତେବେ ଏମାନେ ପୁରୁଣା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ନା ଏମାନେ କୁଆଡେ ଯାଇଥିଲେ ଓ କାହା କାହା ସଂସ୍ପର୍ଶରେ ଆସିଥିଲେ ସେସବୁର କଂଟ୍ରାକ୍ଟ ଟ୍ରେସିଂ ଚାଲିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।