୩ ପୋଲିସକୁ ହତ୍ୟା କଲେ ଆତଙ୍କବାଦୀ, ଭୟରେ ଚାକରି ଛାଡିଲେ ୭ ପୋଲିସକର୍ମୀ । ଭିଡିଓ କରି ଦେଲେ ପ୍ରମାଣ

Advertisment
୩ ପୋଲିସକୁ ହତ୍ୟା କଲେ ଆତଙ୍କବାଦୀ, ଭୟରେ ଚାକରି ଛାଡିଲେ ୭ ପୋଲିସକର୍ମୀ । ଭିଡିଓ କରି ଦେଲେ ପ୍ରମାଣ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ମାନେ ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଲେଣି । ଖୋଲାଖୋଲି ଭାବେ ପୁଲିସକୁ ମାରିବାକୁ ଧମକ ମଧ୍ୟ ଦେଉଛନ୍ତି । ଯାହାର ପ୍ରଭାବ ଏବେ ଜମ୍ମୁ-କାଶ୍ମୀରର ପୋଲିସ ବିଭାଗ ଉପରେ ପଡିଛି । ଆତଙ୍କବାଦ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ ‘ଇସ୍ତଫା ଦିଅ ନଚେତ ମର’ ବୋଲି ଏକ ଭିଡିଓ ପୋଷ୍ଟ୍ ହେବାର ଠିକ୍ ପରଦିନ ଦକ୍ଷିଣ କଶ୍ମୀରର ତିନି ଜଣ ପୁଲିସକୁ ଆତଙ୍କବାଦୀମାନେ ଅପହରଣ ପରେ ହତ୍ୟା କରିଥିବା ସୂଚନା ରହିଛି। ଏହି ହତ୍ୟା ଘଟଣା ପରେ ସଂପୃକ୍ତ ଅଞ୍ଚଳରୁ ୭ ଜଣ ପୁଲିସ୍ ନିଜର ଇସ୍ତଫା ପତ୍ର ଦାଖଲ କରି ସାରିଲେଣି।

publive-image

ଗତ ଶୁକ୍ରବାର ସୋଫିଆନ୍ଠାରେ ଥିବା ନିଜ ଘରୁ ତିନି ଜଣ ସ୍ୱତନ୍ତ୍ର ପୁଲିସ୍ ଅଧିକାରୀ(ଏସପିଓ) ଏବଂ ପୁଲିସ୍ କନଷ୍ଟେବଳଙ୍କୁ ଅପହରଣ କରାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ସୋପିଆନ୍ ଅଞ୍ଚଳର ଏକ ବଗିଚାରୁ ୩ ଜଣ ପୁଲିସଙ୍କର ମୃତଦେହ ମିଳିଥିଲା। ସେମାନଙ୍କ ଶରୀରର ଗୁଳି ବାଜିଥିବା ଦେଖିବାକୁ ମିଳିଛି।

ପୂର୍ବରୁ ହିଜବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ ପୁଲିସମାନଙ୍କୁ ଚାକିରି ଛାଡ଼ିବା ପାଇଁ ଆହ୍ବାନ ଦିଆଯାଇଥିଲା। ଚାକିରି ଛାଡ଼ିବା ସହ ଏହାର ଏକ ପ୍ରମାଣ ସହ ଫେସବୁକରେ ଛାଡ଼ିବା ପାଇଁ କୁହାଯାଇଥିଲା। ଏପରି ନ କଲେ ଆତଙ୍କବାଦୀମାନେ ପୁଲିସକର୍ମୀଙ୍କ ପରିବାର ଲୋକଙ୍କୁ ବି ହତ୍ୟା କରିବାର ଧମକ ଦେଇଥିଲେ।ଫଳରେ ଭୟବଶତଃ ଜଣ ଜଣ କରି ଛଅ ଜଣ ପୁଲିସ୍ ଚାକିରି ଛାଡ଼ିବା ସହ ସୋସିଆଲ୍ ମିଡିଆରେ ଭିଡିଓ ଅପଲୋଡ କରି ପ୍ରମାଣ ଦେଇଛନ୍ତି।

ତେବେ ଗୃହମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, କୌଣସି ଏସପିଓ ଏଯାବତ୍ ଇସ୍ତଫା ଦେଇନାହାନ୍ତି । ଯେଉଁ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା । ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏବେ ମଧ୍ୟ ରାଜ୍ୟରେ ୩୦ ହଜାର ଏସପିଓ କାର୍ଯ୍ୟରତ ଅଛନ୍ତି । ଯେଉଁମାନଙ୍କର ଡ୍ୟୁଟିର ଲଗାତାର ରିଭ୍ୟୁ ମଧ୍ୟ କରାଯାଉଛି । ଏଭଳି ଖବରକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଖଣ୍ଡନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe