କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ଫୋକସରେ ରହିଛି ୭ ସଂସଦୀୟ କ୍ଷେତ୍ର । ବିଶେଷକରି ଯେଉଁସବୁ ସଂସଦୀୟ କ୍ଷେତ୍ରରେ ବିଜେପିର ହେଭିୱେଟ ରହିଛନ୍ତି, ସେମାନଙ୍କୁ ଚେକ୍ ଦେବା ପାଇଁ ସ୍ୱତନ୍ତ୍ର ରଣନୀତି କରୁଛି ବିଜେଡି । ବାଲେଶ୍ୱର, ମୟୂରଭଂଜ, କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ଢେଙ୍କାନାଳ ସଂସଦୀୟ ଆସନକୁ କୌଣସି ପରିସ୍ଥିତିରେ ହାତଛଡା ନକରିବା ପାଇଁ ଦଳର ନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କଥା ଚର୍ଚ୍ଚା ହେଉଛି ।

Advertisment

ସମ୍ବଲପୁର ଓ ଢେଙ୍କାନାଳ- ଏହି ଦୁଇଟି ସଂସଦୀୟ କ୍ଷେତ୍ର ଉପରେ ବିଜେପିର ପାଓାରଫୁଲ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନଜରରେ ରହିଛି ।

ମୟୁରଭଂଜ-- ଦୌପଦୀ ମୁର୍ମ ରାଷ୍ଟପତି ହେବା ପରେ ଏହି ଆସନର ଗୁରୁତ୍ୱ ବେଶ ବଢ଼ିଯାଇଛି । ଏଥିସହ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏହି ଆସନରୁ ପ୍ରତିନିଧିିତ୍ୱ କରୁଥିବାରୁ ଚେକ୍ ଦେବାକୁ ବିଗ୍ ପ୍ଲାନ୍ କରୁଛି ବିଜେଡି ।

ଭୁବନେଶ୍ୱର—ରାଜ୍ୟ ରାଜନୀତିରେ ରାଜଧାନୀର ଗୁରୁତ୍ୱ ଥିବାରୁ, ଓ ଅପରାଜିତାଙ୍କୁ ଚେକ୍ ଦେବା ପାଇଁ, କ୍ୟାପିଟାଲ ପଲିଟିକ୍ସକୁ ସମ୍ପୂର୍ଣ୍ଣ କବଜାକୁ ନେବା ପାଇଁ ପୁରା ଦମରେ ଲଢିବ ବିଜେଡି ।

ପୁରୀ-- ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ୨୦୧୯ରେ ଅଳ୍ପ ବ୍ୟବଧାନରେ ହାରିବା ପରେ ବି ପୁରୀରେ ପୁରା ଆକ୍ଟିଭ ଆକ୍ଟିଭ୍ ରହୁଛନ୍ତି । ତେଣୁ ଏହି ଆସନକୁ ପୂର୍ବଭଳି କବଜା କରିବା ପାଇଁ ପ୍ଲାନ ଆରମ୍ଭ କରିଛି ଦଳ

କଟକ—ଚର୍ଚ୍ଚା ହେଉଛି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପିର କଟକ ସାଂସଦ ପ୍ରାର୍ଥୀ ହୋଇପାରନ୍ତି । ଗୋଟିଏ ପଟେ ଭର୍ତ୍ତୃହରି ମହତାବ ଓ ବିଜେଡି ମଧ୍ୟରେ ଦୂରତା ବଢ଼ିବା ଅନ୍ୟପଟେ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀ ହେବା, ବିଜେଡିକୁ ସତର୍କ କରିଛି ।

ବିଜେଡିର ସିକ୍ରେଟ ପ୍ଲାନ କାର୍ଯ୍ୟକାରୀ ପାଇଁ ମଧ୍ୟ ନେତାଙ୍କୁ ଟାର୍ଗେଟ ଦିଆଯାଇଛି..
- ଗ୍ରାଉଣ୍ଡରେ ଅଧିକ ସମୟ ଦେବା ସହ ଲୋକଙ୍କ ସହ ଯୋଡି ହେବା ପାଇଁ ପରାମର୍ଶ
- ବୁଥସ୍ତରରେ ସଂଗଠକୁ ମଜବୁତ ପାଇଁ ପରାମର୍ଶ ଦିଆଯାଇଛି ।

ସେପଟେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ୧୨ ସଂସଦୀୟ କ୍ଷେତ୍ର ଉପରେ ଫୋକସ କରି ପ୍ରବାସ କାର୍ଯ୍ୟକ୍ରମ ଜାରି ରଖିଛି ବିଜେପି ।