ଇଂଲଣ୍ଡ ଗସ୍ତ ଆଗରୁ ପାକିସ୍ତାନକୁ ଝଟକା: ଦଳର ୧୦ ଖେଳାଳି କରୋନା ପଜିଟିଭ୍; ୨୮ରେ ଇଂଲଣ୍ଡ ଗସ୍ତକୁ ନେଇ ସନ୍ଦେହ

713

କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ଟିମକୁ ଝଟକା । ଦଳର ୧୦ ଜଣ ଖେଳାଳି କୋଭିଡ୍ ୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଗାମୀ ୨୮ ତାରିଖରେ ଦଳର ଇଂଲଣ୍ଡ ଗସ୍ତ ଥିବା ବେଳେ ଏହି ଘଟଣା ପାକିସ୍ତାନ ଟିମ୍ ପାଇଁ ଝଟକା ପରି ହୋଇଛି । ପ୍ରଥମେ ଦଳର ୩ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପରେ ଆଉ ୭ ଜଣ ଖେଳାଳିଙ୍କ ନମୂନା ପଜିଟିଭ ଆସିଛି । ଫକର ଜମାନ, ଇମ୍ରାନ ଖାନ, କାଶିଫ ଭଟ୍ଟି, ମହମ୍ମଦ ହାଫିଜ, ମହମ୍ମଦ ହସନେନ, ମହମ୍ମଦ ରିଜୱାନ, ୱହାବ ରିଆଜଙ୍କ ନମୂନା ପଜିଟିଭ୍ ଆସିଛି । ପୂର୍ବରୁ ସୋମବାର ଦିନ ସାଦବ ଖାନ, ହରିଶ ରୌଫ ଏବଂ ହାଇଦର ଅଲ୍ଲୀଙ୍କ ଠାରେ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

ପାକିସ୍ତାନ କ୍ରିକେଟ ଟିମ ଆଗାମୀ ୨୮ତାରିଖରେ ଇଂଲଣ୍ଡ ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିଲା । ଏହି ଗସ୍ତରେ ପାକିସ୍ତାନ ତିନୋଟି ଟେଷ୍ଟ ମ୍ୟାଚ୍ ଏବଂ ଟି ୨୦ ମ୍ୟାଚ୍ ଖେଳିବାର ରହିଛି । ଏବେ ଦଳର ୧୦ ଜଣ ଖେଳାଳିଙ୍କ ଠାରେ କରୋନା ପଜିଟିଭ୍ ଆସିବା ପାକିସ୍ତାନର ଇଲଣ୍ଡ ଗସ୍ତକୁ ନେଇ ଆଶଙ୍କା ଦେଖାଦେଇଛି । ଦଳର ଖେଳାଳି ମାନେ କରୋନା କଟକଣାକୁ ଉପେକ୍ଷା କରି ଇଫତାର ପାର୍ଟି କରିବା ଏବଂ ବିନା ମାସ୍କରେ ବୁଲିବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଣଦେଖା କରିବାକୁ ଏଥିପାଇଁ ଦାୟୀ କରିଛନ୍ତି ପୂର୍ବତନ ଖେଳାଳି ।