କନକ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଆଜି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପ୍ରଥମେ ୭ଟି ଗେଟ୍ ଖୋଲାଯାଇଥିବାବେଳେ ୧୨ଟା ସମୟରେ ଆଉ ୭ଟି ଗେଟ୍ ଖୋଲାଯାଇଛି । ବାମ ପାଶ୍ୱର୍ରେ ୧୦ଟି ଓ ଡାହାଣ ପାଶ୍ୱର୍ରେ ୪ଟି ଗେଟ୍ ଖୋଲା ହୋଇଛି । ଆଜି ଅପରାହ୍ନ ୪ଟା ସୁଦ୍ଧା ୨୦ଟି ଗେଟ୍ ଖୋଲାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଡ୍ୟାମର ଗେଟ୍ ଖୋଲା ହେବା ଯୋଗୁଁ ତଳିଆ ତଥା ନଦୀ କୂଳ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଳାଇବାକୁ ଉଭୟ ଜିଲ୍ଲା ପ୍ରଶାସନ ଓ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଚେତନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/19-25.jpg)