କନକ ବ୍ୟୁରୋ: ଓଡିଶାରେ ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ । ଏହା ସହିତ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ଗତକାଲି ପରୀକ୍ଷା ହୋଇଥିବା ୯୫୧ଟି ନମୁନା ମଧ୍ୟରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟର ତୃତୀୟ ଘଟଣା । ଏପ୍ରିଲ ୫ ତାରିଖରେ ୧୮, ଏପ୍ରିଲ ୩ରେ ୧୫ ଓ ଏପ୍ରିଲ ୧୯ରେ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

publive-image

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ୧୯ ତାରିଖ ରାତି ସୁଦ୍ଧା ୧୦ ହଜାର ୬୪୧ଟି ନମୁନା ପରୀକ୍ଷା କରାଯାଇଛି । ସେଥିରୁ ୧୦ ହଜାର ୫୭୩ଟି ନେଗେଟିଭ୍ ଆସିଥିବାବେଳେ ୬୮ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିଛି । ତେବେ ଏହି ନୂଆ ଆକ୍ରାନ୍ତମାନେ କେଉଁ ଅଂଚଳର ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ଏପର୍ଯ୍ୟନ୍ତ ୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି ।