ମହାନଦୀରେ ନିଖୋଜ ୭ଜଣଙ୍କ ମିଳୁନି ପତ୍ତା। ଦ୍ୱିତୀୟ ଦିନରେ ଚାଲିଛି ରେସକ୍ୟୁ ଅପରେସନ । ଓଡ୍ରାଫ, ସ୍କୁବା ଡାଇଭର ଓ ଅଗ୍ନିଶମ ବାହୀନିର ମିଳିତ ଅପରେସନ ।

175

କନକ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଏବେ ବି ୭ ଜଣଙ୍କ ମିଳୁନି ପତ୍ତା। ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ନିଖୋଜଙ୍କ ମଧ୍ୟର ୪ ଜଣ ମହିଳା ଓ ୩ ଜଣ ଶିଶୁ ଥିବା କୁହାଯାଉଛି । ଗତକାଲିଠାରୁ ରେସକ୍ୟୁ ଅପରେସନ୍ ଜାରି ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରୁ ଏକ ସ୍କୁବା ଡାଇଭର ଟିମ୍ ଘଟଣାସ୍ଥଳକୁ ଯାଇଛନ୍ତି । ଡଙ୍ଗା ବୁଡ଼ି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ସରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ସରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।