ଟ୍ରେନର ଚେନ୍ ଟାଣି ପ୍ରବାସୀ ଫେରାର! ଅନୁଗୁଳ ନିକଟରେ ସୁରତରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନରେ ଚେନ ଟାଣି ଯାତ୍ରୀ ଫେରାର

Advertisment
ଟ୍ରେନର ଚେନ୍ ଟାଣି ପ୍ରବାସୀ ଫେରାର! ଅନୁଗୁଳ ନିକଟରେ ସୁରତରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନରେ ଚେନ ଟାଣି ଯାତ୍ରୀ ଫେରାର

କନକ ବ୍ୟୁରୋ: ଟ୍ରେନର ଚେନ୍ ଟାଣି ପ୍ରବାସୀ ଫେରାର । ସୁରତରୁ ସ୍ୱତନ୍ତ୍ର ଟ୍ରେନରେ ଆସୁଥିବା କିଛି ପ୍ରବାସୀ ଅନୁଗୁଳ ନିକଟରେ ଚେନ୍ ଟାଣି ଟ୍ରେନରୁ ଫେରାର ହେବାକୁ ଚେଷ୍ଟା କରିଛନ୍ତି । ଅନୁଗୁଳ ଜିଲ୍ଲାର ମଝିକା ନିକଟରେ ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଟ୍ରେନରେ ଚେନ୍ ଟଣାଯାଇଥିଲା । ଟ୍ରେନ୍ ଅଟକିବାରୁ ୨୦ ଜଣ ଟ୍ରେନରୁ ଓହ୍ଲାଇ ପଳାଇଥିଲେ । ତେବେ ସ୍ଥାନୀୟ ଲୋକ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଅନ୍ୟମାନଙ୍କ ଖବର ମିଳିନାହିଁ । ପୁଲିସ୍ ସେମାନଙ୍କ ସନ୍ଧାନ କରୁଛି ।

ସୂଚନା ଅନୁସାରେ, ସାବରମତିରୁ ‌ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍ ମଝିକା ବ୍ରିଜ୍ ନିକଟରେ କୌଣସି କାରଣରୁ ଟ୍ରେନ୍‌ ଅଟକିଥିଲା।ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଟ୍ରେନ୍‌ଟି ଅଟକିଥିବା ବେଳେ କିଛି ଲୋକ ଟ୍ରେନ୍‌ର ଏକ ବଗିରୁ ଡେଇଁ ଦୌଡ଼ିବାକୁ ଲାଗିଥିଲେ। ଗାଁ ଲୋକେ ଏହା ଦେଖି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରିଜ୍ ତଳେ ଅଟକାଇ ରଖିବାକୁ ସକ୍ଷମ ହୋଇଥିଲେ। ବ୍ରିଜର ଉଭୟ ପଟେ ଲୋକ ରହିଯାଇଥିବାରୁ ସେମାନେ ଆଉ ପଳାଇ ପାରିନଥିଲେ। ଅନ୍ଧାରର ସୁଯୋଗ ନେଇ ଅନ୍ୟ କେତକ ପଳାଇଯିବାକୁ ସକ୍ଷମ ହୋଇଥିଲେ।

ସ୍ଥାନୀୟ ବେଣାଗାଡ଼ିଆ ସରପଞ୍ଚ ବୀରବର ନାୟକ ଘଟଣା ସଂକ୍ରାନ୍ତରେ ଅନୁଗୁଳ ଥାନାକୁ ସୂଚନା ଦେବା ପରେ ପୁଲିସ ସେଠାରେ ପହଂଚି ଥିଲା। ସେମାନଙ୍କୁ ଏକ ସଂଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ସମସ୍ତ ଲୋକ ଅନୁଗୁଳ ଜିଲ୍ଲାର ସୀମାନ୍ତକୁ ଲାଗିଥିବା ଦେବଗଡ଼ ଜିଲ୍ଲାର ଏକ ଗାଁର ଲୋକ ବୋଲି ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରରେ ରହିବା ଭୟରେ ସେମାନେ ପଳାଇବାକୁ ଚେଷ୍ଟା କରିଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe