ମାଓ ସଂଗଠନରେ ୭ ମାଓବାଦୀ କରୋନାରେ ମୃତ : ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ହାତ ଲେଖା ଚିଠିରୁ ସ୍ପଷ୍ଟ

587

କନକ ବ୍ୟୁରୋ : ସତ ହେଲା ଛତିଶଗଡ଼ ପୋଲିସ ଆକଳନ । ମାଓ ସଂଗଠନରେ ୭ଜଣ ମାଓବାଦୀ କରୋନାରେ ପ୍ରାଣ ହରାଇବା ସହ ଅନେକ ମାଓବାଦୀ ଏବେ କରୋନା ଭୟରେ ସଂଗଠନ ଛାଡ଼ି ପଳାଉଥିବା ସ୍ପଷ୍ଟ ହୋଇଛି । ଛତିଶଗଡ଼ ବିଜାପୁର ପାଲନାର ଜଙ୍ଗଲରୁ ଠାବ ହୋଇଥିବା ମାଓ ସାମଗ୍ରୀ ସହ ମାଓବାଦୀଙ୍କ ଏହି ହାତଲେଖା ଚିଠିରୁ ଏହା ସ୍ପଷ୍ଟ ହୋଇଛି । ଏଥି ସହ ଅନେକ ମାଓବାଦୀ ଅସୁସ୍ଥ ହୋଇ ଜଙ୍ଗଲ ଭିତରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପାଖରେ ଥିବା ଔଷଧ ଏହି ରୋଗର ମୁକାବିଲା କରିପାରୁ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଦକ୍ଷିଣ ଓ ପଶ୍ଚିମ ବସ୍ତର ଡିଭିଜନ ସହ ଦରଭା ଡିଭିଜନର ଅନେକ ସାଧି ଅସୁସ୍ଥ ଥିବା ବେଳେ ସଂଗଠନ ଛାଡ଼ି ମାଓବାଦୀମାନେ ପଳାୟନ କରିବା ଘଟଣା ଲାଗି ରହିଲେ ସଂଗଠନ ଚଳେଇବା କଷ୍ଟକର ହେବ ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି । ଗାଁର ମଧ୍ୟ ଏହି ରୋଗ ଲହର ପରି ବ୍ୟାପୁଛି ତେଣୁ ଅନ୍ୟ ସାଥୀଙ୍କୁ ସୁରକ୍ଷିତ ରହିବା କଥା ଏଥିରେ ଉଲ୍ଲେଖ ରହିଛି । ତେବେ ଆତ୍ମସମର୍ପଣ ନକଲେ ୨୫ରୁ ଅଧିକ ମାଓବାଦୀ ପ୍ରାଣ ହରେଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଦାନ୍ତେୱାଡା ଏସପି ।