ବନ୍ଧୁକ ଦେଖାଇଲେ, ୭ ଲକ୍ଷ ଝାମ୍ପିନେଲେ । ଫାଇନାନ୍ସ କମ୍ପାନୀ କର୍ମଚାରୀ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଲୁଟର ହେଲେ ଶିକାର

283

କନକ ବ୍ୟୁରୋ : ପୁଣି କଳାପଲସର ଆତଙ୍କ । ବନ୍ଧୁକ ଦେଖାଇ ଲୁଟ୍ । ଖୋର୍ଦ୍ଧା ଜଟଣୀ ମ୍ୟୁନିସପାଲଟି ଛକରେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଠାରୁ ୭ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ହୋଇଛି ।

ଫାଇନାନ୍ସ କମ୍ପାନୀ କର୍ମଚାରୀ ମନୋରଂଜନ ପଟ୍ଟନାୟକ ଜଟଣୀ ଓ ଏହାର ଆଖପାଖ ଅଂଚଳରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା ।