ତୀର୍ଥଯାତ୍ରା ହେଲା ଶେଷଯାତ୍ରା : ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସମେତ ୭ ମୃତ

264

କନକ ବ୍ୟୁରୋ : କେଦାରନାଥରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକ୍ୟାପ୍ଟର ଦୂର୍ଘଟଣାଗସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି । ହେଲିକ୍ୟାପ୍ଟରଟି ଜଳିପୋଡି ଖଣ୍ଡ ବିଖଣ୍ଡିତ ହୋଇପଡିଥିବାର ଭିଡିଓ ସାମ୍ନାକୁ ଆସିଛି ।

ହେଲିକ୍ୟାପ୍ଟରଟି ଉତ୍ତରାଖଣ୍ଡ ସବୁଠୁ ବଡ ପର୍ଯ୍ୟଟନ କ୍ଷେତ୍ର କେଦାରନାଥରୁ ୫ ଜଣ ଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିବା ବେଳେ ଅଧା ବାଟରେ ଦୁର୍ଘଟଣାଗସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଥିବା ସୂଚନା ମିଳିଛି । ଆରୟନ ବିମାନ ଚଳାଚଳ ସଂସ୍ଥାର ବେଲ-୪୦୭ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲେ ବି ଅତ୍ୟଧିକ କୁହୁଡି ଯୋଗୁ ହେଲିକ୍ୟାପ୍ଟରଟି ଦୁର୍ଘଟଣା ଗସ୍ତ ହୋଇଥିବା କୁହାଯାଉଛି ।