ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର, ୭ ମୃତ, ୧୦ ଗୁରୁତର । ଦିଗପହଣ୍ଡିରୁ ତାରିଣୀ ଦର୍ଶନ ପାଇଁ ଆସିଥିଲେ ୧୭ ଜଣ ।

1,147

କନକ ବ୍ୟୁରୋ: ଅଧା ରହିଗଲା ତାରିଣୀ ଦର୍ଶନ । ଟ୍ରକ ପଛକୁ ଧକ୍କା ଦେଲା ଟ୍ରାଭେଲର । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି । ଘଟଗାଁ ବାଲିଯୋଡି ନିକଟରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା । ତାରିଣୀ ଦର୍ଶନ ପାଇଁ ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୭ ଜଣ । ହେଲେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ । ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।