କନକ ବ୍ୟୁରୋ : ଗଜପତିରେ ଦୁଇ ଦିନ ଧରି ଲାଗି ରହିଥିବା ବର୍ଷା ପରେ ବେତାଗୁଡା ଅଞ୍ଚଳରେ ପାହାଡରୁ ମାଟି ଅତଡା ଖସି ଏହା ତଳେ ପୋତି ହୋଇ ୭ଟି ଛେଳିର ମୃତ୍ୟୁ ହୋଇଛି । ପାରଳା ସହର ଉପକଣ୍ଠ ବେତାଗୁଡା ଅଞ୍ଚଳରେ ଥିବା ଏକ ଛୋଟିଆ ପାହାଡରୁ ମାଟି ଓ ପଥର ଅତଡା ଖସିବା ଫଳରେ ସେଠାକୁ ଚରିବାକୁ ଯାଇଥିବା ଝାମି ଗାଁର ଭେଙ୍କଟ ରାଓଙ୍କର ୭ଟି ଛେଳିର ମୃତ୍ୟୁ ହୋଇଛି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତ ଛେଳିକୁ ଉଦ୍ଧାର କରିଥିଲେ ।