କନକ ବ୍ୟୁରୋ: ତାମିଲନାଡୁ କୁଡାଲୋର ଜିଳ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ନଦୀରେ ଗାଧୋଇବା ବେଳେ ୭ଜଣ ନାବାଳିକା ବୁଡିଯାଇ ପ୍ରାଣ ହରାଇଥିବା ଭଳି ଏକ ଘଟଣାରେ ସ୍ଥାନୀୟ ଇଲାକାରେ ଶୋକର ଛାୟା ଖେଳିଯାଇଛି ।

Advertisment

ରବିବାର ଏହି ଜିଲ୍ଲାର ନେଲିକୁପମ୍ ଅଞ୍ଚଳର ୭ଜଣ ନାବାଳିକା ଗେଡିଲାମ ନଦୀର ଏକ ଚେକ୍ ହ୍ୟାମରେ ଗାଧୋଉଥିବାବେଳେ ଗଭୀର ଜଳ ଖସିଯାଇଥିଲେ । ଡ୍ୟାମ ପାଣିର ସ୍ରୋତ ପ୍ରଖର ଥିବାରୁ ସେଥିରେ ଆଖିପିଛୁଳାକେ ଭାସିଯାଇଥିଲେ ୭ଜଣ ନାବାଳିକା । ସମସ୍ତଙ୍କ ମୃତ ନାବାଳିକାଙ୍କ ବୟସ ୧୦ରୁ ୧୮ ବର୍ଷ ମଧ୍ୟରେ ଥିବା ଜଣାପଡିଛି । ମୃତକଙ୍କ ନାମ ଏ. ମୋନିଶା, ୧୬ ବର୍ଷବୟସ୍କା ଏମ୍ ନାଭାନୀତା, ୧୮ ବର୍ଷବୟସ୍କା କେ ପ୍ରିୟା, ୧୮ ବର୍ଷବୟସ୍କା ଏସ୍ ସାଙ୍ଗଭି, ୧୬ ବର୍ଷବୟସ୍କା ଆର ଦିବ୍ୟା ଦରଶିନି, ୧୦ ବର୍ଷବୟସ୍କା ତାଙ୍କ ଭଉଣୀ ୧୬ ବର୍ଷବୟସ୍କା ଆର ପ୍ରିୟଦର୍ଶିନୀ ଏବଂ ୧୮ ବର୍ଷବୟସ୍କା ଏମ୍ କୁମୁଧା ବୋଲି ଜଣାପଡିଛି।

ପୋଲିସ କହିଛି ଯେ , ଘଟଣାସ୍ଥଳରେ ଖୁବ୍ କମ ଲୋକ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମୟ ଲାଗିଥିଲା । କୁଡାଲୋରରେ ଉଦ୍ଧାରକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଝିଅମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିନଥିଲେ। ପରେ ସେମାନେ ସେମାନଙ୍କ ମୃତଦେହ ବାହାର କରିଥିଲେ। ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ କୁଡାଲୋର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଛି।