କନକ ବ୍ୟୁରୋ : ଏବେ ଏବେ ଝାଡଖଣ୍ଡର ଲାତେହାରରୁ ଆସିଛି ଏକ ବଡ ଦୁର୍ଘଟଣାର ଖବର । ଲାତେହାର ଜିଲ୍ଲାର ବାଲୁସାଥ ଠାରେ କରମା ମୂର୍ତ୍ତି ବିଷର୍ଜନ କରିବାକୁ ପାଣିରେ ବୁଡି ୭ ଜଣ ବାଳିକାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଲାତେହାର ଜିଲ୍ଲା ଶେରେଗଡା ଗ୍ରାମରେ ଘଟିଛି ।
ସୂଚନା ମୁତାବକ କରମା ଡାଲ ବିଷର୍ଜନ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ୭ ଜଣ ବାଳିକାଙ୍କର ମୃତ୍ୟୁ ହୋଇଛି । ଘଟଣା ବାବଦରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । କୁହାଯାଇଛି ଯେ ମୃତ୍ୟୁ ୭ ଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/latehar-16319557663x2-1.jpg)