ଔଷଧ କଳାବଜାରି ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍ : କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଥିବା ସୂଚନା ଦେଲେ କ୍ରାଇମବ୍ରାଂଚ ଏଡିଜି

ସାରା ରାଜ୍ୟରେ ଚାଲିବ ସ୍ପେଶାଲ ଡ୍ରାଇଭ୍

113

କନକ ବ୍ୟୁରୋ : କଳାବଜାରି ରୋକିବାକୁ ରାଜ୍ୟବ୍ୟାପୀ ଚାଲିବ ସ୍ପେଶାଲ ଡ୍ରାଇଭ୍ । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ପ୍ରେସମିଟ୍ । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାରି ରୋକିବାକୁ ପ୍ରୟାସ । କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ଅନ୍ୟ ସବୁ ଜିଲ୍ଲା ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ ହେବେ । ବିଶେଷ କରି ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବରଗଡ ସହ ଅନ୍ୟ ଜିଲ୍ଲା ଫୋକସରେ ରହିବ ।

କଳାବଜାରି ନେଇ ସୂଚନା ମିଳିଲେ କ୍ରିମିନାଲ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ  । ବର୍ତ୍ତମାନ ୨୩ଟି ସ୍କ୍ୱାଡ ଗଠନ ହୋଇଛି, ସବୁଦିନ ମନିଟରିଂ ହେବ । ମେଡ଼ିସିନ ଯୋଗାଣ , ପ୍ରସ୍ତୁତ କରି କମ୍ପାନୀର ବୈଧ୍ୟତା ନେଇ ଯାଞ୍ଚ ହେବ । ଜିଲା ସ୍ତରରେ ଏସ୍ପି, ଡିଆଇଜି ତଦାରଖ କରିବେ ।ଟ୍ଵିନ ସିଟିରେ ଏସଟିଏଫ୍, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ କଂଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀ ଦାୟିତ୍ୱରେ ରହିବେ ।