କନକ ବ୍ୟୁରୋ: ଆଜି ଶ୍ରାବଣ ସୋମବାରରେ ଅଘଟଣ । ବିହାର ଜହନାବାଦ ମଖଦୁମପୁରରେ ଥିବା ସିଦ୍ଧେଶ୍ୱର ମନ୍ଦିରରେ ପ୍ରବଳ ଭିଡ ଯୋଗୁଁ ଦଳାଚକଟା ଘଟି ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୩୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ମହିଳା ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ରବିବାର ରାତିରୁ ସିଦ୍ଧେଶ୍ୱରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରାତି ପ୍ରାୟ ଗୋଟାଏ ବେଳେ ଏହି ଅଘଟଣ ଘଟିଛି। ମନ୍ଦିରରେ ଉପସ୍ଥିତ ଥିବା ସମସ୍ତ ଭକ୍ତ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ। ଏହି ସମୟରେ ଅନେକ ତଳେ ପଡ଼ିଯିବାରୁ ଦଳଚକଟାରେ ତଳି ପଡିଯିବାରୁ କିଛି ଆହତ ହେବା ସହିତ ପ୍ରାଣ ହରାଇଛନ୍ତି।