ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ୭ଜଣଙ୍କ ମୃତ୍ୟୁ । ଆଜି ସକାଳୁ ମିଳିଲା ଆଉ ୬ ଜଣଙ୍କ ମୃତଦେହ । ଆଉ ଜଣେ ଏବେବି ନିଖୋଜ ।

266

କନକ ବ୍ୟୁରୋ: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ୭ଜଣଙ୍କ ମୃତ୍ୟୁ । ଆଜି ସକାଳୁ ୬ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଗତକାଲି ଜଣଙ୍କର ମୃତଦେହ ମିଳିଥିଲା । ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା । ୨ଟି ଆଡଭାନ୍ସ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ମାଧ୍ୟମରେ ସ୍କୁବା ଡାଇଭରମାନେ ମୃତଦେହକୁ ଉଦ୍ଧା କରିଛନ୍ତି । ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛନ୍ତି । ଏବେ ବି ଜଣେ ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି ।

ସ୍କୁବା ଡାଇଭରଙ୍କ ସହ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ଶରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ଶରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।