ପାର୍ଟି ଚାଲିଥିବା ବେଳେ ସରିଗଲା ମଦ । ନିଶାରେ ସାନିଟାଇଜର ପିଇ ୭ ମୃତ, କୋମାରେ ଅଛନ୍ତି ୨ ଜଣ

1,005

କନକ ବ୍ୟୁରୋ : ନିଶା ଭଳି ଏକ ଖରାପ ଅଭ୍ୟାସର ପରିଣାମ କେତେ ଯେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଋଷର ତାତିସ୍ତିକ ଜିଲ୍ଲାର ତୋମତେର ଗ୍ରାମ ପାର୍ଟିରୁ ଅନୁମାନ କରାଯାଇପାରେ । ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ନିଶାରେ ଥିବା କିଛି ଲୋକ ପାଖରେ ଥିବା ସାନିଟାଇଜର ପିଇଦେଇଥିଲେ । ଏହା ପରେ ସାନିଟାଇଜର ପିଇଥିବା ଲୋକମାନଙ୍କର ଦେହ ଅସୁସ୍ଥ ହେବାରେ ଲାଗିଲା । ଏହା ଦେଖି କିଛି ଲୋକ ସେମାନଙ୍କୁ ମେଡିକାଲ ନେଇଥିଲେ । ମେଡିକାଲରେ ଚିକିତ୍ସା ଚାଲୁଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ କୋମାକୁ ଚାଲିଯାଇଛନ୍ତି । ସୂଚନା ମୁତାବକ ସେମାନେ ପିଇଥିବା ସାନିଟାଇଜରରେ ୬୯ ପ୍ରତିଶତ ମେଥନାଲ ଭାଗ ରହିଛି। ମହାମାରୀ କାରଣରୁ ଏହି ସାନିଟାଇଜର ହାତ ସଫା କରିବାକୁ ବିକ୍ରି କରାଯାଉଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଋଷର ତାତିସ୍ତିକ ଜିଲ୍ଲାର ତୋମତେର ଗ୍ରାମରେ ହୋ ହାଲ୍ଲା ଶୁଭିଲା । କିଛି ଲୋକ ସେଠାରେ ପହଂଚି ଦେଖିବାକୂୁ ପାଇଲେ ଯେ ସେଠାରେ ଏକ ପାର୍ଟି ଚାଲୁଥିଲା ଓ ପାର୍ଟିରେ ଯୋଗ ଦେଇଥିବା କିଛି ଲୋକ ଅଚାନକ ବେହୋଷ ହୋଇଯାଉଥିଲେ । ଏହା ଦେଖି ଘଟଣାର କାରଣ ଖୋଜିବାକୁ ଯାଇ ସ୍ଥାନୀୟ ଲୋକ ଯାହା ସୂଚନା ପାଇଲେ ତାହା ଥିଲା ଏହିଭଳି । ପାର୍ଟି ଚାଲୁଥିବା ବେଳେ କିଛି ଲୋକ ମଦପିଇ ପୁରା ନିଶାରେ ଟଳମଳ ହେଉଥିଲେ ଓ ବଡ ପାର୍ଟିରେ ମଦ ଆଣ ବୋଲି ଚିତ୍କାର କରୁଥିଲେ । କିନ୍ତୁ ସେତେବେଳକୁ ମଦ ସରିଯାଇଥିଲା । ହେଲେ କେହି ଜଣେ ମଦ ବଦଳରେ ନିଶାଗ୍ରସ୍ତ ଲୋକମାନଙ୍କୁ ସାନିଟାଇଜର ବୋତଲ ଧରାଇ ଦେଇଥିଲେ । ନିଶାରେ ଥିବା ଲୋକମାନେ ଏହାକୁ ଜାଣି ନପାରି ପିଇଦେଇଥିଲେ । ଏହି ଘଟଣା ପରେ ଋଷ ସରକାର ଲୋକ ମାନଙ୍କୁ ଅନୁରୋଧ କରିଛନ୍ତି କି ନିଶା ଖାଉଥିବା ସମୟରେ କେହି ସାନିଟାଇଜର ବ୍ୟବହାର ନକରନ୍ତୁ ।