ବାହାର ରାଜ୍ୟରୁ ମାଲକାନଗିରି ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ । ୭ ଦିନିଆ କ୍ୱାରେଣ୍ଟାଇନ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ।

111

କନକ ବ୍ୟୁରୋ: ମାନକାନଗିରିରେ କଡାକଡି ହେଲା କଟକଣା । ମାଲକାନଗିରି ପାଇଁ ମାର୍ଗଦର୍ଶିକା ଜାରି କଲା ଜିଲ୍ଲା ପ୍ରଶାସନ । ମାଲକାନଗିରିକୁ ବାହାର ରାଜ୍ୟରୁ ଫେରୁଥିଲେ ସଙ୍ଗରୋଧ ବାଧ୍ୟତାମୂଳକ । ବାହାର ରାଜ୍ୟ ଫେରନ୍ତାଙ୍କୁ ୭ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧ । ନିର୍ଦ୍ଦେଶାନାମା ଜାରି କଲା ଜିଲ୍ଲା ପ୍ରଶାସନ ।

ସେପଟେ ଛୁଟିରେ ଗଲେ ଜିଲ୍ଲାସ୍ତରୀୟ ଅଧିକାରୀ ଦେବେ ଗସ୍ତସୂଚୀ । ଏନଫୋର୍ସମେଣ୍ଟ କଡାକଡି ପାଇଁ ତହସିଲଦାର, ବିଡିଓଙ୍କୁ ନିର୍ଦ୍ଦେଶ । ସ୍ୱତନ୍ତ୍ର ଫିଭର କ୍ଲିନିକ ଖୋଲିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ । ମାଲକାନଗିରି, ମାଥିଲି, କାଲିମେଳା ଠାରେ ହେବ ସ୍ୱତନ୍ତ୍ର ଫିଭର କ୍ଲିନିକ । ବଡ କଥା ହେଉଛି ବିବାହ, ଶ୍ରାଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆଉ ଅଧିକ ଲୋକଙ୍କୁ ଅନୁମତି ନାହିଁ । ଉତ୍ସବ ପାଇଁ ମାତ୍ର ୨୦୦ ଲୋକଙ୍କୁ ଅନୁମତି ।

ତେବେ ଆଜି ଠାରୁ ଲାଗୁ ହେଉଛି ମାଲକାନଗିରିରେ ନାଇଟ କର୍ଫ୍ୟୁ । ନାଇଟ କର୍ଫ୍ୟୁ ଲାଗୁ କରିବାକୁ କାଲି ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୌଣସି ସକ୍ରିୟ ମାମଲା ନଥିବାବେଳେ ବଡଯାତ୍ରାକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ  ମାର୍ଚ୍ଚ ୩୧ ତାରିଖ  ମଧ୍ୟରାତ୍ରି ଯାଏଁ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାତି ୯ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି କରାଯାଇଛି ।