କନକ ବ୍ୟୁରୋ : କର୍ଣ୍ଣାଟକରେ ଫେରିଲା କୋଭିଡ୍ କଟକଣା । କରୋନାରେ ସଂକ୍ରମିତ ବ୍ୟକ୍ତି ୭ ଦିନ ପର୍ଯ୍ୟନ୍ତ ଘରୋଇ ସଂଗରୋଧରେ ରହିବେ । ଯେଉଁମାନେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବେ, ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ ।
ଘରୋଇ ସଙ୍ଗରୋଧରେ ଥିବା ସରକାରୀ ଓ ବେସରକାରୀ କମ୍ପାନୀର କର୍ମଚାରୀମାନେ ୭ ଦିନ ଛୁଟି ପାଇବେ । ଜେଏନ୍.୧ ସବ୍ ଭାରିଏଂଟ ଚିହ୍ନଟ ହେବା ପରେ ମଙ୍ଗଳବାର କୋଭିଡ୍-୧୯ ସଂକ୍ରାନ୍ତ କ୍ୟାବିନେଟ୍ ସବ୍ କମିଟି ବୈଠକ ବସିଥିଲା । ସ୍ୱାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଖୁବଶୀଘ୍ର ସରକାର ଏ ନେଇ ଗାଇଡଲାଇନ ଜାରି କରିବେ ବୋଲି ଜଣାପଡିଛି । ସେହିପରି କର୍ଣ୍ଣାଟକରେ ଦୈନିକ ପାଖାପାଖି ୫ ହଜାର କୋଭିଡ୍ ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/1-62.jpg)