କନକ ବ୍ୟୁରୋ: ପ୍ରଦୂଷଣ ଯୋଗୁଁ ଦିଲ୍ଲୀରେ ପରିସ୍ଥିତି ଖରାପ ହୋଇଚାଲିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସୋମବାରରୁ ସପ୍ତାହେ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ସେହିପରି ନଭେମ୍ବର ୧୪ରୁ ୧୭ ତାରିଖ ଯାଏଁ ନିର୍ମାଣ କାମ ବନ୍ଦ କରିବାକୁ କୁହାଯାଇଛି । ସରକାରୀ କର୍ମଚାରୀଙ୍କୁ ୭ ଦିନ ୱାର୍କ ଫ୍ରମ ହୋମ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପ୍ରାଇଭେଟ ଅଫିସମାନଙ୍କୁ ମଧ୍ୟ ୱାର୍କ ଫ୍ରମ ହୋମ କରିବାକୁ ପରାମର୍ଶ ଦେଇଛନ୍ତି କେଜ୍ରିୱାଲ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/11-15.jpg)